Home ଅନୁଗୁଳ ଶ୍ରମିକ ନେତା ରାଧାଶ୍ୟାମ ପଟ୍ଟନାୟକଙ୍କ ପରଲୋକ

ଶ୍ରମିକ ନେତା ରାଧାଶ୍ୟାମ ପଟ୍ଟନାୟକଙ୍କ ପରଲୋକ

31

ତାଳଚେର, ୧୨/୪ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେରସ୍ଥିତ ଏମସିଏଲ ଜଗନ୍ନାଥ କୋଇଲାଖଣିରେ କାର୍ଯ୍ୟ କରିଥିବା ବିଶିଷ୍ଟ ଶ୍ରମିକ ନେତା ରାଧାଶ୍ୟାମ ପଟ୍ଟନାୟକଙ୍କ ୯୧ ବର୍ଷ ବୟସରେ ସ୍ଥାନୀୟ ଭରତପୁର କଲୋନୀ ଠାରେ ପରଲୋକ ଘଟିଛି। ସ୍ୱର୍ଗତ ପଟ୍ଟନାୟକ ସାଉଥ ବଲଣ୍ଡା ଏବଂ ଜଗନ୍ନାଥ କୋଇଲାଖଣିରେ ପୂର୍ବରୁ ଅପରେଟର ଏବଂ ପରେ ଜଗନ୍ନାଥ ସ୍ଥିତ ଭିଟି ସେଣ୍ଟରରେ ଇନ୍‌ଷ୍ଟ୍ରକ୍ଟର ଭାବରେ କାର୍ଯ୍ୟ କରି ନିଜର ପ୍ରତିଭା ତଥା କର୍ତବ୍ୟନିଷ୍ଠ ପ୍ରମାଣ ଦେଇ ପାରିଥିଲେ। ଦୀର୍ଘ ୩୬ବର୍ଷ କାର୍ଯ୍ୟକାଳ ଭିତରେ ଶ୍ରମିକ ସଙ୍ଗଠନମାନଙ୍କ ସହିତ ପ୍ରତ୍ୟକ୍ଷ ଭାବେ ଜଡିତ ରହି ସେମାନଙ୍କର ହକ୍ ପାଇଁ ସଂଗ୍ରାମ ଜାରି ରଖିଥିଲେ। ବଲଣ୍ଡା ଓ ଜଗନ୍ନାଥ କୋଇଲା କ୍ଷେତ୍ରର ଆଇ.ଏନ୍‌.ଟି.ୟୁ.ସି. ର ସମ୍ପାଦକ ଭାବେ ବହୁ ବର୍ଷ କାର୍ଯ୍ୟ ସମ୍ପାଦନ କରି ଶ୍ରମିକମାନଙ୍କର ପ୍ରିୟ ଭାଜନ ହୋଇ ପାରିଥିଲେ। ତାଙ୍କର ମୃତ୍ୟୁରେ କଲୋନୀ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଏହି ଦୁଃଖଦ ଖବର ଶୁଣି ସାଂସଦ ମହେଶ ସାହୁ ଓ ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଧାନ ଗଭୀର ଶୋକ ପ୍ରକାଶ କରି ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି। ତାଙ୍କର ପାର୍ôଥବ ଶରୀରକୁ କଲୋନୀରେ ପରିକ୍ରମା କରାଯାଇ ଶୋଭାଯାତ୍ରାରେ ବନ୍ଧୁ, ପରିଜନ, ଶ୍ରମିକ ନେତୃବୃନ୍ଦ ଯୋଗ ଦେଇ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିଲା। ମୃତ୍ୟୁ ବେଳକୁ ଜ୍ୟେଷ୍ଠପୁତ୍ର ବିଜୟାନନ୍ଦ ପଟ୍ଟନାୟକ, ମନୋଜ ପଟ୍ଟନାୟକ, ସରୋଜ ପଟ୍ଟନାୟକ, ପୁତ୍ରବଧୁ ଗଣ, ଝିଅ ଓ ଜ୍ୱାଇଁ ଏବଂ ନାତି ନାତୁଣୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.