Home ଅନୁଗୁଳ କଳମଛୁଇଁ ଡାକ୍ତରଖାନା ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳିତ

କଳମଛୁଇଁ ଡାକ୍ତରଖାନା ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳିତ

24

ତାଳଚେର, ୧୨/୪ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ବ୍ଲକ କଳମଛୁଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି। ଡାକ୍ତର ଭାଗ୍ୟଲକ୍ଷ୍ମୀ ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ। ସମସ୍ତ ସ୍ୱାସ୍ଥ୍ୟକର୍ମୀ ଡାକ୍ତରଖାନା ପରିସରକୁ ସଫାସୁତୁରା ରଖିବା ସହ ଅଳିଆ, ଆବର୍ଜନା ତଥା ବିଭିନ୍ନ ବର୍ଜ୍ୟବସ୍ତୁକୁ ଏକାଠି କରି ପୋଡିଦେଇଥିଲେ। ଏହାସହିତ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀ ତଥା ଅନ୍ୟାନ୍ୟ ଜନସାଧାରଣଙ୍କୁ ହାତ ଧୋଇବା ତଥା ପରିବେଶକୁ ସଫାସୁତୁରା ରଖିବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା। ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ହିଙ୍ଗୁଳା ନୋଡାଲ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ଯୋଗ ଦେଇ ସ୍ୱଚ୍ଛତା ପକ୍ଷ ପାଳନ କରିବାର ବିଭିନ୍ନ ଦିଗ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଉପଢୌକନ ଦେଇ ସମ୍ମାନୀତ କରିଥିଲେ। ଏହି କାର୍ଯ୍ୟକ୍ରମରେ କଳମଛୁଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ହେମନ୍ତ କୁମାର ସୋରେନ୍‌, ପ୍ରକାଶ ଚନ୍ଦ୍ର ସାହୁ, ବାବୁନା ବାରିକ, ରାମ ଗୋଚ୍ଛାୟତଙ୍କ ସମେତ ହିଙ୍ଗୁଳା ନୋଡାଲ ହାଇସ୍କୁଲର ଶିକ୍ଷକ ତ୍ରିଲୋଚନ ପ୍ରଧାନ ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.