Home ଓଡ଼ିଶା ଶ୍ରମିକଙ୍କୁ କରୋନା ଦେଲା କରୁଣ ଦୁଃଖ : ୩୫୦ କି ମି ଦୂର ଭିଟାମାଟିକୁ ସାଇକେଲରେ...

ଶ୍ରମିକଙ୍କୁ କରୋନା ଦେଲା କରୁଣ ଦୁଃଖ : ୩୫୦ କି ମି ଦୂର ଭିଟାମାଟିକୁ ସାଇକେଲରେ ଫେରୁଛନ୍ତି ୯ ଶ୍ରମିକ

546

ପାଟଣା ୧-୫ (ଓଡ଼ିଆ ପୁଅ/ସନ୍ତୋଷ ପତି) : ଆଜି ଶ୍ରମିକ ଦିବସ ଶ୍ରମିକମାନଙ୍କ ପାଇଁ ଦିନଟିଏ। କିନ୍ତୁ ଶ୍ରମିକମାନଙ୍କୁ କରୋନା ଦେଇଛି କରୁଣ ଦୁଃଖ। ଯାଜପୁର ଡୁବୁରୀ ସ୍ଥିତ ଟାଟା ଷ୍ଟିଲରେ ଶ୍ରମିକ ଭାବେ କାମ କରୁଥିବା ପଶ୍ଚିମବଙ୍ଗ ପୁରୁଲିଆ ଅଞ୍ଚଳର ୯ ଜଣ ଶ୍ରମିକ ସାଇକେଲ ଯୋଗେ ଯାଜପୁରରୁ ବାହାରି ନିଜ ଭିଟାମାଟିକୁ ସାଇକେଲ ଯୋଗେ ଫେରୁଛନ୍ତି। କେନ୍ଦୁଝର ଜିଲ୍ଲା ପାଟଣା ଥାନା ଦେଇ ଯାଇଥିବା ୨୨୦ ନମ୍ବର ରାଜପଥ ଟଭାସରୁଆ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ୯ ଶ୍ରମିକ ସାଇକେଲରେ ଆସି ପହଞ୍ଚିଛନ୍ତି। ଏମାନେ ସବୁ ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାର ବୋଲି ଜଣା ପଡ଼ିଛି। ଏମାନେ ୩୫୦ କି.ମି ଯାତ୍ରା କରିବା ପରେ ନିଜ ଭିଟାମାଟିରେ ପହଞ୍ଚିବାର ଲକ୍ଷ ରଖିଛନ୍ତି। ଏହି ଶ୍ରମିକ ମାନେ ଜଣେ ଠିକାଦାରଙ୍କ ଅଧୀନରେ ଡୁବୁରୀ ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ୫ମାସ ହେଲା କାମ କରୁଥିଲେ। କରୋନା ଯୋଗୁଁ ଦେଶ ଲକ ଡାଉନ ଆଉ ଫ୍ୟାକ୍ଟ୍ରି ବନ୍ଦ ଥିବା ଯୋଗୁଁ ଏହି ଶ୍ରମିକ ମାନେ ଡୁବୁରୀରେ ୧୪ ଦିନ କ୍ୱାରେଣ୍ଟଆଇନରେ ରହିବା ପରେ ଗୁରୁବାର ରାତ୍ରୀ ୩ଟାରୁ ସାଇକେଲରେ ବାହାରିଛନ୍ତି। ସମସ୍ତେ ୪ ହଜାର ୧ ଶହ ଟଙ୍କା ଦେଇ ଗୋଟିଏ ଲେଖାଏଁ ସାଇକେଲ କିଣିବାକୁ ପଡିଥିଲା। ଦିନ ତମାମ କେବଳ ଶୁଖିଲା ବିସ୍କୁଟ ଖାଇ ଏମାନେ ନିଜ ଭିଟା ମାଟିରେ ପହଞ୍ଚିବା ଲକ୍ଷରେ ବାହାରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.