Home ଓଡ଼ିଶା ଶୈଶବ ଯତ୍ନ ଓ ଶିକ୍ଷା ପ୍ରଶିକ୍ଷଣ ଅବସରେ ଶିଶୁ ସୁଲଭ ଖେଳଣା ପ୍ରଦର୍ଶନୀ

ଶୈଶବ ଯତ୍ନ ଓ ଶିକ୍ଷା ପ୍ରଶିକ୍ଷଣ ଅବସରେ ଶିଶୁ ସୁଲଭ ଖେଳଣା ପ୍ରଦର୍ଶନୀ

47

ମାଲକାନଗିରି,୧୭ା୯(ଓଡିଆ ପୁଅ )ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ସାତଟି ଯାକ ବ୍ଲକରେ ଥିବା ସିଡିପିଓ କାର୍ଯ୍ୟଳୟରେ ଶୌଶବ ଯତ୍ନ ଓ ଶିକ୍ଷାର ପ୍ରଶିକ୍ଷଣ ଅନୁଷ୍ଟିତ ହୋଇ ଯାଇଛି । ଏହି ପ୍ରଶିକ୍ଷଣ ର ପଚଂମ ଦିନର ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତ ସିଡିପିଓ ଓ ଆସିଡିଏସ ପରିଦର୍ଶିକା ମାନେ ଶିଶୁ ସୁଲଭ ଖେଳଣା ନିର୍ମାଣ କରି ନିଜ ନିଜ କାଯ ର୍୍ୟାଳୟରେ ପ୍ରଦର୍ଶନ କରିଛନ୍ତି । ମାଲକାନଗିରି ସଦର ମହକୁମା ବ୍ଲକ ଆଇସିଡିଏସ କାର୍ଯ୍ୟାଳୟ ପରିସରେ ଆୟୋଜିତ ଜିଲ୍ଲାସ୍ତରୀୟ ଶିଶୁ ସୁଲଭ ଖେଳଣା ପ୍ରଦର୍ଶନୀକୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ସୌଦାମିନୀ ପ୍ରଧାନ ଆନୁଷ୍ଟାନିକ ଭାବେ ଉଦଘାଟନ କରିବା ପରେ ଅନ୍ୟାନ ଆଇସିଡିଏସ କାର୍ଯ୍ୟାଳୟ ଗୁଡିକରେ ଏହି ପ୍ରଦର୍ଶନୀ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରାଜ୍ୟସ୍ତରୀୟ ପ୍ରଶିକ୍ଷକ ତଥା ମାଲକାନଗିରି ଜିଲ୍ଲା ଆଇସିଡିଏସ ଶିକ୍ଷା ସଂଯୋଜଜିକା ଶ୍ରୀମତୀ ଶାନ୍ତିକରସୁଧା ପଟନାୟକ ଅନଲାଇନ ମାଧ୍ୟମରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରେ ମାଲକାନଗିରି ସିଡିପିଓ ଶ୍ରୀମତୀ ବାଲା ପଦ୍ମା ଙ୍କ ସହିତ ପ୍ରକଳ୍ପର ସମସ୍ତ ପରିଦର୍ଶିକା ଓ ଅନ୍ୟାନ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।ଠିକ ସେହିପରି କାଲିମେଳା ବ୍ଲକ ଆଇସିଡିଏସ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମକୁ ବିଡିଓ ଉମାଶଙ୍କର ଦଳେଇ ଉଦଘାଟନ କରି ଥିବା ବେଳେ ଅନ୍ୟାନ ବ୍ଲକରେ ବିଡିଓ ଓ ସିଡିପିଓ ମାନେ ଶିଶୁ ସୁଲଭ ଖେଳଣା ପ୍ରର୍ଶନୀକୁ ଉଦଘାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ରାଜ୍ୟ ପ୍ରଶିକ୍ଷକ ଶ୍ରୀମତୀ ଆରତୀ ମହାପାତ୍ର ଅନଲାଇନ ମାଧ୍ୟମରେ ପରିଦର୍ଶନ କରି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.