Home ଓଡ଼ିଶା ଶୁଣିଲେନି ସରକାର ; ନୋଟାରେ ମୋହର ଲଗାଇବାକୁ ରଣା, କମାର ଓ ଦୋରା ମହାସଂଘର ନିଷ୍ପତି

ଶୁଣିଲେନି ସରକାର ; ନୋଟାରେ ମୋହର ଲଗାଇବାକୁ ରଣା, କମାର ଓ ଦୋରା ମହାସଂଘର ନିଷ୍ପତି

654

କୋରାପୁଟ ୧୬-୦୩-୧୮(ଓଡ଼ିଆ ପୁଅ/ରଂଜନ ଦାସ) କୋରାପୁଟ ଜିଲାରେ ବସବାସ କରୁଥିବା ରଣା, କମାର ଓ ଦୋରା ଜାତିକୁ ଆଦିବାସୀ ମାନ୍ୟତା ଦେବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି ହେଲେ ରାଜ୍ୟ ଓ କେନ୍ଦ୍ର ସରକାର ତାହା ଶୁଣିଲେନି ତେଣୁ ଆଗାମୀ ନିର୍ବାଚନରେ ସେମାନେ ଆଉ ଭୋଟ ବର୍ଜନ ନ କରି ସେମାନଙ୍କ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାକୁ ଯାଇ ନୋଟା ବା ନନଅଫ ଦି ଏବୋଭ ବଟମ ଦବାଇବେ ବୋଲି ଉପରୋକ୍ତ ଜାତି ଗୁଡିକୁ ନେଇ ଗଠିତ ମହାସଂଘ ଚେତାବନୀ ଦେଇଛି। ପଡୋଶୀ ଆନ୍ଧ୍ରପ୍ରଦେଶରେ ଦୋରା, ରଣା, କମାର ଭଳି ହିଲଟ୍ରାଇବ ଜାତିକୁ ଆଦିବାସୀ ମାନ୍ୟତା ମିଳିଥିବାବେଲେ ଓଡିଶାରେ କେଉଁ ଆଧାରରେ ଉକ୍ତ ଜାତି ଗୁଡିକୁ ସାଧାରଣ ବର୍ଗ କିମ୍ବା ପଛୁଆ ଜାତି ଭାବେ ନିଆ ଯାଉଛି ଏହା ଫଳରେ ଓଡିଶାରେ ବସବାସ କରୁଥିବା ଲକ୍ଷଲକ୍ଷ ଲୋକ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତିତେଣୁ ଓଡିଶାରେ ମଧ୍ୟ ଦୋରା, ରଣା କମାର ଜାତିକୁ ଆଦିବାସୀ ମାନ୍ୟତା ଦିଆ ଯାଉ ବୋଲି କୋରାପୁଟ ଜିଲା ମହାସଂଘ ଦାବି କରିଛି। ଇଂରେଜ ଶାସନ ସମୟରେ ଉକ୍ତ ଜାତି ଗୁଡିକୁ ହିଲଟ୍ରାଇବ ଭାବେ ଆଦିବାସୀ ମାନ୍ୟତା ଦିଆ ଯାଇଥିଲା, ସ୍ୱାଧୀନତା ପରବର୍ତି ସମୟରେ ଏହା ପରିବର୍ତ୍ତନ କରା ଯାଇ ପଛୁଆ ବର୍ଗରେ ସାମିଲ କରା ଯାଇଛି। କିନ୍ତୁ ଆନ୍ଧ୍ର ପ୍ରଦେଶରେ ବର୍ତମାନ ମଧ୍ୟ ଆମ ସମ୍ପର୍କୀୟମାନେ ଆଦିବାସୀ ଭାବେ ମାନ୍ୟତା ପାଇ ସମସ୍ତ ସୁବିଧା ସୁଯୋଗ ଉପଭୋଗ କରି ଆସୁଛନ୍ତି ହେଲେ ଓଡିଶାରେ ରହିଥିବାରୁ ଆମେ ସେଥିରୁ ବଂଚିତ ହେଉଛୁ ବୋଲି ମହାସଂଘ ଅଭିଯୋଗ କରି ଆଦିବାସୀ ମାନ୍ୟତା ପାଇଁ ଦାବି ଉଠାଇଛି। କୋରାପୁଟ ଜିଲାରେ ଦୋରା ସମାଜର ୩୬ହଜାର, କମାର ସମାଜର ୭୬ହଜାର ଏବଂ ରଣା ସମାଜର ୩ ଲକ୍ଷ ଜନସଂଖ୍ୟା ରହିଥିବାବେଳେ ସରକାର ସେମାନଙ୍କ ଦାବି ନଶୁଣିବା ରାଜନୈତିକ ଦଳ ମାନଙ୍କୁ ମହଙ୍ଗା ପଡିବ ବୋଲି ଜିଲା ରଣା ସମାଜ ଯୁବ ଶାଖା ସଭାପତି କାମାକ୍ଷୀ ପ୍ରସାଦ ମାଝି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.