Home ଜିଲ୍ଲା ପରିକ୍ରମା ଶୀତରେ ଥରୁଛି ମାଲକାନଗିରି,୯ଡିଗ୍ରୀ କୁ ଖସିଲା ତାପମାତ୍ରା,ଜନଜୀବନ ଅତିଷ୍ଟ

ଶୀତରେ ଥରୁଛି ମାଲକାନଗିରି,୯ଡିଗ୍ରୀ କୁ ଖସିଲା ତାପମାତ୍ରା,ଜନଜୀବନ ଅତିଷ୍ଟ

232

ମାଲକାନଗିରି,୩୦ା୧୨(ଓଡିଆ ପୁଅ ) ଗତ କିଛି ଦିନହେଲା ସମଗ୍ର ମାଲକାନଗିରି ଜିଲ୍ଲାରେ ଶୀତର ଲହରୀ ଦେଖାଦେଇଥିବା ବେଳେ ଆଜି ଜିଲ୍ଲାରେ ତାପମାତ୍ରା ୯ଡିଗ୍ରୀକୁ ଖସି ଯାଇଥିବାରୁ ପ୍ରବଳ ଶୀତର ପ୍ରକୋପ ରେ ଜନଜୀବନ ଅତିଷ୍ଟ ହୋଇପଡିଛନ୍ତି । ଆଜି ସକାଳେ ମାଲକାନଗିରି ସହରରେ ଯୁଆଡେ ଦେଖିବ ଶୂନଶାନ, ବାହରକୁ ଭୀଷଣ ଥଣ୍ଡା ହାତ ଗୋଡ ହେମାଳ ହୋଇ କାଲୁଆ  ମାରି ଦେଉଥିବାରୁ ଗ୍ରାମବାସୀ ମାନେ ବଡ ବଡ କାଠ ଗଣ୍ଡିରେ ନିଆଁ ଲଗାଇ ତାର ଚାରି ପଟେ ଘେରି ନିଆଁ ପିଉଁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି, ସାଧରଣତ ମାଲକାନଗିରି ଜିଲ୍ଲାରେ ଏହି ସମୟରେ ୨୫ରୁ ୩୦ ଡିଗ୍ରୀ ତାପମାତ୍ରା ରହିଥାଏ, ଜିଲ୍ଲାବସୀ ଦିନବେଳା କେବେ ବି ସାଲ କିମ୍ବା ଜ୍ୟାକେଟ ପିନ୍ଧି ନଥାନ୍ତି । ଆଜି ତାପମାତ୍ରା ୯ଡିଗ୍ରୀକୁ ଖସି ଆସିଥିବାରୁ ପରିସ୍ଥିତ ସଙ୍ଗୀନ ହୋଇ ପଡିଥିଲା,ଜିଲ୍ଲାବାସୀ ଦିନତମାମ ଜ୍ୟାକେଟ ପିନ୍ଧି ସାଲ ଘୋଡାଇ ହୋଇ ନିଜ ନିଜ କାମକରୁଥିବାର ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ଜିଲ୍ଲାରେ ହାଡଭଙ୍ଗା ଶୀତ ଆରମ୍ଭ ହୋଇ ଯାଇଥିଲେ ବି ଗରିବ ଆଦିବାସୀ ଲୋକମାନଙ୍କର ଶୀତବସ୍ତ୍ର ନଥିବାରୁ ଶୀତ ଦାଉରୁ ରକ୍ଷାପାଇବା ପାଇଁ ସେମାନେ ଘର ଆଗରେ ବଡ ବଡ କାଠଗଣ୍ଡି ଜାଳି ନିଆଁ ଚାରି ପାଖରେ ବସି ନିଜଦେହକୁ ସେକି ହେଉଥିବାର ଦେଖାଯାଉଛି ।ଏମିତି କି ରାତ୍ରରେ ସେହି ନିଆଁ  ଚର୍ତୁପାଶ୍ୱର୍ରେ ପରିବାର ସହ ଶୋଇ ଯାଇଥାନ୍ତି । ଗରିବ ଲୋକଙ୍କ କମ୍ବଳ ପାଲଟିଛି କାଠ ନିଆଁ,ଜିଲ୍ଲାପ୍ରଶାସନ ପକ୍ଷରୁ ଗରିବ ଲୋକମାନଙ୍କୁ ଶୀତବସ୍ତ୍ର ପ୍ରଦାନ ପାଇଁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.