Home ଓଡ଼ିଶା ଶୀକାର ଅଭିଯୋଗ ରେ ବନ୍ଦୁକ ସହ ପାଣୁ ସିଂ ଗିରଫ ୨ ଫେରାର୍‌

ଶୀକାର ଅଭିଯୋଗ ରେ ବନ୍ଦୁକ ସହ ପାଣୁ ସିଂ ଗିରଫ ୨ ଫେରାର୍‌

21

ନୟାଗଡ/୧୦/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଂଚଳ ଅଧିକାରୀ ଶରତ ଚନ୍ଦ୍ର ଶତପଥି ଜଙ୍ଗଲ ରୁ ନିଆଁ ଲିଭାଇବା ଓ ବନ୍ୟ ଜନ୍ତୁ ଶୀକାର ରୋକିବା ପାଇଁ ଦିନ ରାତି ଏକ କରିଦେଇଥିବା ଜଣାପଡିଛି । ଗତ ୯ ତାରିଖ ମଧ୍ୟ୍ୟ ରାତ୍ରୀ ୧୨ ଘଟିକା ୩୦ ମିନିଟ୍ ସମୟରେ ମାଳ ରିଜର୍ଭ ଜଙ୍ଗଲ ର ରାଆଁଳା ଗ୍ରାମ ଘାଟରେ ଏକ ବନ୍ଦୁକ ଶଂବ୍ଦ ଶୁଣିଥିଲେ ।

ସମସ୍ତ କର୍ମଚାରୀ ଙ୍କୁ ନେଇ ଘେରାଉ କରିବା ପରେ ଏକ ଦେଶୀ ବନ୍ଦୁକ ସହ ଡମସାହି ଗ୍ରାମର ପାଣୁ ସିଂ କୁ ଗିରଫ କରିଥିଲେ । ତାଠାରୁ ଶୀକାର କରିଥିବା ଗୋଟିଏ ଗୁରାଣ୍ଡି ଓ ଦୁଇଟି ଓଧ କୁ ମୃତ ଅବସ୍ତାରେ ଜବତ କରିଥିଲେ । ଅନ୍ଧାର ର ସୁଯୋଗ ନେଇ ଅନ୍ୟ ଦୁଇ  ସହଯୋଗୀ ଶୀକାରୀ ଫେରାର୍ ହୋଇଯାଇଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ । ଅଭିଯୁକ୍ତ ପାଣୁ ସିଂ କୁ ରଣପୁର କୋର୍ଟ କୁ ଚାଲାଣ କରିବା ପରେ ଜାମିନ୍ ନା ମଞ୍ଜୁର ହେବାରୁ ରଣପୁର ଜେଲ୍ ହାଜତ କୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.