Home କୋରାପୁଟ ଶିଶୁ ସଂପର୍କ ଯାତ୍ରା ରଥର ଶୁଭାରମ୍ଭ

ଶିଶୁ ସଂପର୍କ ଯାତ୍ରା ରଥର ଶୁଭାରମ୍ଭ

89

କୋରାପସ୍ୱଙ୍କ ୨୫-୦୧(ଓଡିଆ ପୁଅ /ରଂଜନ କୁମାର ଦାସ)ଶିଶୁ ଅଧିକାର ସଂପର୍କରେ ଗଣସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କୋରାପୁଟ ଶିଶୁ ମଙ୍ଗଳ କମିଟି ଆନୁକୁଲ୍ୟରେ ଏକ ଶିଶୁ ସଂପର୍କ ଯାତ୍ରା ଅଭିଯାନ ଆରମ୍ଭ କରାଯାଇଅଛି । ସୋମବା ଦିନ ପୂର୍ବାହ୍ନରେ କୋରାପୁଟ ଶିଶୁ ମଙ୍ଗଳ କମିଟି କାର୍ଯ୍ୟାଳୟ ସମ୍ମୁଖରେ ଶିଶୁ ସଂପର୍କ  ଯାତ୍ରା ରଥର ଶୁଭାରମ୍ଭ ହୋଇଥିଲା ।କୋରାପୁଟ ଅତିରିକ୍ତ ଜିଲ୍ଲା ଦୈାରାଜଜ ଏ.କେ.ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ ।ଏହି ଅବସରରେ ସ୍ୱତନ୍ତ୍ର ବିଚାରପତି ଜି.ପାଣିଗ୍ରାହୀ ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ ,ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ ,ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ , ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ ,ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ,କୋରାପୁଟ ସଦର ଥାନା ଭାରପ୍ରାପ୍ତ ନିରୀକ୍ଷକ ସମର୍ପିତା ସ୍ୱାଇଁ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାସ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ ।କୋରାପୁଟ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଡ.ଗାୟତ୍ରୀ ଦେବୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଦସ୍ୟ ପ୍ରଭାତ କୁମାର ବିଡିକା ,ସସ୍ମିତାରାନୀ ସାହୁ , ଧର୍ମେନ୍ଦ୍ର କୁମାର ଜେନା , ଶୋଭାର ସଭାପତି ମଦନ କିରସାନି ,ବିଜୟ କୁମାର ପଟନାୟକ , ଚାଇଲଡ ଲାଇନର ପଦଲାମ କୁଲଦୀପ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।ଆସନ୍ତା ଫେର୍ବୁଆରୀ ମାସ ୨୮ ତାରିଖ ପର୍ଯ୍ୟନ୍ତ ଉକ୍ତ ରଥ ଜିଲ୍ଲାର ସମସ୍ତ ବ୍ଲକରେ ପରିଭ୍ରମଣ କରି ଶିଶୁ ଅଧିକାର ସଂପର୍କରେ ଗଣ ସଚେତନତା କରାଇବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.