Home ଜିଲ୍ଲା ପରିକ୍ରମା ଶିଶୁ ଯତ୍ନ ଅନୁଷ୍ଠାନରେ ଜୀବନ କୌଶଳ ଓ ଧନ୍ଦାମୂଳକ ଶିକ୍ଷା ସାମିଲ କର୍ମଶାଳା

ଶିଶୁ ଯତ୍ନ ଅନୁଷ୍ଠାନରେ ଜୀବନ କୌଶଳ ଓ ଧନ୍ଦାମୂଳକ ଶିକ୍ଷା ସାମିଲ କର୍ମଶାଳା

6

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ଭଦ୍ରକ ତରଫରୁ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଶିଶୁ ଯତ୍ନ ଅନୁଷ୍ଠାନରେ ଜୀବନ କୌଶଳ ଓ ଧଳା ମୂଳକ ଶିକ୍ଷା ସାମିଲ ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭଦ୍ରକ ଜିଲ୍ଲାରେ ପଞ୍ଜୀକୃତ ୯ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବସୀ ଓ କର୍ମକର୍ତ୍ତାମାନେ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଗାନ୍ଧୀ ଓଡ଼ିଶା ବାଳାଶ୍ରମ, ଯୋଗିଋଷି ଲଚ୍ଛମନ ଦାସ ଶିଶୁ ଆଶ୍ରମ, ଉତ୍କଳମଣି ଦରିଦ୍ର ନାରାୟଣ ସେବାଶ୍ରମ, ମହାପୁରୁଷ ଆଶ୍ରମ, ଶାନ୍ତିଆଶ୍ରମ, ଆସିୟାନା ମୁକ୍ତାଶ୍ରୟ କେନ୍ଦ୍ର, ମାନବସେବା କନ୍ୟାଶ୍ରମ, ଫେଲେସିପ ଓ ବାତ୍ସଲ୍ୟ ଶିଶୁ ଯତ୍ନଅନୁଷ୍ଠାନ ସାମିଲ ଥିଲେ । ଉକ୍ତ କର୍ମଶାଳାରେ ବିଷୟ ବିଷାରଦ ରୂପେ ସଂଯୋଗର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଲଟା ସିଂ ଯୋଗଦାନ କରି ଜୀବନ କୌଶଳର ବିଭିନ୍ନ ଦିଗ ଓ ଧଳାମୂଳକ ଶିକ୍ଷା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଅନ୍ତେବାସୀ ମାନଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଜୀବନ କୌଶଳ କିପରି ଜୀବନ ମାର୍ଗରେ ସହାୟ ହୁଏ ଏବଂ ପ୍ରଭାବ ପକାଇଥାଏ । ତାହା ଆଲୋଚନା ହୋଇଥିଲା ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାଶିଶୁ ମଗଂଳ ସମିତିର ଅଧ୍ୟକ୍ଷ ଡା. ଦେବରାଜ ପାଣିଗ୍ରାହୀ, ସମ୍ମାନୀତ ଅତିଥି ରୂପେ ପ୍ରାକ୍ତନ ଶିଶୁ ସୁରକ୍ଷା ଅଧିକାରୀ ପଦ୍ମନରାୟ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ପ୍ରମୂଖ ଯୋଗଦାନ କରିଥିଲେ । ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ଶିଶୁମଙ୍ଗଳ କମିଟିର ସଦସ୍ୟ ନବୀନ ଚନ୍ଦ୍ର ସାହୁ, ଅମର କୁମାର ବାରିକ ଯୋଗଦାନ କରି ଜୀବନ କୌଶଳର ଉପଯୋଗିତା ସମ୍ବନ୍ଧରେ ଆଲୋଚନା କରିଥିଲେ । ପ୍ରାରମ୍ଭିକ ସୂଚନା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଆନୁଷ୍ଠାନିକ ଅଧିକାରୀ ବିଶନାରାୟଣ ପଣ୍ଡା ପ୍ରଦାନ କରିଥିବା ବେଳେ ୟୁନିଟ୍‌ର ଅଣଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ, ବାହ୍ୟକର୍ମୀ ମହେଶଚନ୍ଦ୍ର ଦାଶ, ସୁବ୍ରତ ଦାସ, ଦମୟନ୍ତୀ ଦାଶ, ଚିନ୍ମୟ ପଣ୍ଡା ସମେତ ଶିଶୁ ଯତ୍ନ ଅନୁଷ୍ଠାନର ସସ୍ମିତାନାୟକ, କାଦମ୍ବିନୀ ଯେନା, ଭାଗ୍ୟଶ୍ରୀ ମହାକୁଡ଼ ସମ୍ବିତ ମହାନ୍ତି, ଦିଗନ୍ତ ବେହେରା, ସୌମ୍ୟ ରଂଜନ ଦାସ, ଧନଞ୍ଜୟ ଜେନା, ଜ୍ୟୋତି ପ୍ରକାଶ ପତି ଯୋଗାମାୟା ଚାନ୍ଦ, ସ୍ୱର୍ଣ୍ଣଦେବ ପାତ୍ର, ଆକାଶ ଚନ୍ଦ୍ର ପୃଷ୍ଠି, ତଥାଗତ ଜେନା, ସମେତ ରିୟାଜ ଅହମ୍ମଦ, ପରିଚାଳନାରେ ସହଯୋଗ କରିଥିଲେ ସଂପାଦକ ଅଶୋକ ଦାସ, ଦଶରଥ ମହାକୁଡ଼ ଉପସ୍ଥିତ ଥିଲେ । ପରିଶେଷରେ ଶିଶୁ ସୁରକ୍ଷା ଶାଖାର ପ୍ରୋବେସନ ଅଧିକାରୀ ସୁବ୍ରତ ଦାସଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.