Home କୋରାପୁଟ ଶିଶୁ ନିଖୋଜ, ଅପହରଣ ଓ ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ପ୍ରତିବାଦରେ କଂଗ୍ରେସର ଧାରଣା

ଶିଶୁ ନିଖୋଜ, ଅପହରଣ ଓ ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ପ୍ରତିବାଦରେ କଂଗ୍ରେସର ଧାରଣା

23

କୋରାପୁଟ ୨୧-୧୨ (ଓଡିଆ ପୁଅ /ରଂଜନ ଦାସ) ରାଜ୍ୟରେ ଶିଶୁ ନିଖୋଜ, ଅପହରଣ ଓ ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ଭଳି ଘଟଣାର ପ୍ରତିବାଦ କରି କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ ସଭା କରିଥିଲେ ବୋଲି ଜଣାପଡିଛି। ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଆୟୋଜିତ ଧାରଣାରେ ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ଓ ନିମାଇଁ ସରକାର, କୋରାପୁଟ ବିଧାୟକ ପ୍ରାର୍ଥୀ କୃଷ୍ଣ କୁଳଦୀପ, ସାଂସଦ ପ୍ରତିନିଧି ବାବୁଲା ବେନ୍ୟା, କଂଗ୍ରେସ ନେତା ରୁପକ ତୁରୁକ, ଜଗଦିଶ ଖୋସ୍ଲା, ଭଗବାନ ବାହିନୀପତି, ରମେଶ ବାଙ୍କିଆ, ବିଜୟ ରାଓ, ଭବାନୀ ଶଙ୍କର ମିଶ୍ର, ରମେଶ ଖରା, କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗତ ୨୧ ବର୍ଷ ଶାସନ କାଳ ମଧ୍ୟରେ ରାଜ୍ୟରେ ଆଇନ ପରିସ୍ଥିତି ସମ୍ପୂର୍ଣ ଭୂଷୁଡି ପଡିଥିବାବେଳେ ଦିନକୁ ଦିନ ଅପହରଣ, ଶିଶୁ ନିଖୋଜ ଭଳି ଘଟଣା ବଢି ଚାଲିଛି ବୋଲି କଂଗ୍ରେସ ନେତୃବୃନ୍ଦ ଅଭିଯୋଗ କରିବା ସହ ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି ବୋଲି ବିବୃତି ରଖିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କୁ ତାଗିଦ କରିବା ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ସ୍ମାରକପତ୍ର ଏସପି ମୁକେଶ କୁମାର ଭାମୁଙ୍କୁ ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.