Home ଅନୁଗୁଳ ମନୋଜ ଦାସଙ୍କ ଆରୋଗ୍ୟ ନିମନ୍ତେ ଦୀପ ଦାନ

ମନୋଜ ଦାସଙ୍କ ଆରୋଗ୍ୟ ନିମନ୍ତେ ଦୀପ ଦାନ

15

ତାଳଚେର,୨୧/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବାଣୀ ସରସ୍ୱତୀ ପଦ୍ମଭୂଷଣ ମନୋଜ ଦାସଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି ସନ୍ଧ୍ୟାରେ ଗୋପାଳପ୍ରସାଦ ସ୍ଥିତ ହିଙ୍ଗୁଳା ପୀଠ ପରିସରରେ ମା ହିଙ୍ଗୁଳା ପାଠାଗାର ପକ୍ଷରୁ ସାମୁହିକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ହାଡ଼ିବନ୍ଧୁ ପ୍ରଧାନ, କୋଷାଧ୍ୟକ୍ଷ ଦୟାନିଧି ସାହୁ,ବରିଷ୍ଠ ଉପଦେଷ୍ଟା ପ୍ରଭାକର ପ୍ରଧାନ,ପଂଚାନନ ସାହୁ,ବିକାଶ ପ୍ରଧାନ,ଗଣମାଧ୍ୟମ ପ୍ରତିନିଧି ରଙ୍ଗାଧର ନାୟକ ଓ ସମାଜସେବୀ ସନ୍ତୋଷ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜଳନ କରି ଆଶୁ ଆରୋଗ୍ୟ କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.