Home କଟକ ଶିଶୁ କଳାକାର ଭାବେ ବେଶ୍ ପରିଚିତ ବିଶ୍ୱନାଥ ପରିଡା

ଶିଶୁ କଳାକାର ଭାବେ ବେଶ୍ ପରିଚିତ ବିଶ୍ୱନାଥ ପରିଡା

214

କଟକ, ତା ୦୧/୦୭ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ସୁପରହିଟ୍ ହୋଇଥିଲେ ଓ ପରେ ପୁଣି ଦର୍ଶକଙ୍କ ପାଇଁ ଓଲିଉଡରେ ଟପ୍ ନାୟକ ଭାବେ ରାଜ୍ କରି ଆସିଛନ୍ତି ଗ୍ଲାମରସ୍ ବିଶ୍ୱନାଥ ପରିଡା। ପ୍ରଥମ ଫିଲ୍ମକୁ ଆଶାନୁରୂପକ ବ୍ୟାବସାୟିକ ସଫଳତା ମିଳିନଥିଲେ ବି ବିଶ୍ୱନାଥ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ସେ ନିଜର ପାଠପଢ଼ା ସହ ଚେଷ୍ଟା ବଳରେ ଲଗାତର ସିନେମା ଓ ସିରିଏଲରେ ଅଭିନୟ କରିଚାଲିଛନ୍ତି। ଓଲିଉଡର ବେଶ୍ ପରିଚିତ ଲୋକପ୍ରିୟ ନାୟକ ହେଲେ ବିଶ୍ୱନାଥ ପରିଡା, ସେ ଶିଶୁ କଳାକାର ଛୋଟ ପରଦାରେ ଆଙ୍କରିଂ, ଡ୍ୟାନ୍ସ ଓ ଆକଟର ଭାବେ କାର୍ଯ୍ୟ କରିଥାନ୍ତି। ସେ ୨୫ ଫେବୃଆରୀ ୨୦୧୮ରେ ବିଡାନାସୀ ଜୟଗୁରୁ କଳା କେନ୍ଦ୍ରରେ ଖେଳ, ଡ୍ୟାନ୍ସ ଓ ଆକଟର ଭାବେ ଶିକ୍ଷାଲାଭ ପାଇଁ ଯୋଗ ଦେଇଥିଲେ। ଶିକ୍ଷାଲାଭ ପରେ ତାଙ୍କର ଆଗ୍ରହ ଓ ଚେଷ୍ଟାକୁ ନେଇ ଫିଲ୍ମ୍ ଓ ସିରିଏଲରେ ଅଭିନୟ କରିବା ପାଇଁ ସ୍ଥାନ ପାଇଥିଲେ। ସେ ଯାଜପୁର ଜିଲ୍ଲା ସାଉଦିଆ ପଞ୍ଚାୟତ ନାରାୟଣପୁରରେ ୨୫ ଫେବୃଆରୀ ୨୦୦୮ ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ହରିହର ପରିଡା ଓ ମାଆ ସୁପ୍ରଭା ପରିଡା। ହରିହରି ତ୍ରିପୁରାରେ ସିଆରପିଏଫର ଜଣେ ଅଫିସର ଭାବେ କାର୍ଯ୍ୟ କରନ୍ତି। ହରିହର ପୁଅ ବିଶ୍ବନାଥକୁ ଉନ୍ନତମାନର ଶିକ୍ଷା ବା ଉଚ୍ଚ ଶିକ୍ଷିତ କରିବା ପାଇଁ କଟକ ବିଡାନାସୀ ସୁଭଦ୍ରା ନଗରରେ ଘର ନିର୍ମାଣ କରି ରହୁଛନ୍ତି। ବିଶ୍ବନାଥ ଶିଶୁ କଳାକାର ଭାବେ ନିଜର ପ୍ରତିଭା ପ୍ରଦର୍ଶନ କରିଥିବା ସିଡ଼ିଏ କଟକ ଜିଲ୍ଲା କେ-ଭି-ନମ୍ବର ୧ ସିଡିଏ ଠାରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ସମୟରେ କଳାକାର ହେବାର ସୌଭାଗ୍ୟ ପାଇଥିଲେ। ବିଶ୍ୱନାଥଙ୍କ ଅଭିନୀତ ପ୍ରଥମ ସିନେମା ହେଲା ପ୍ରେମ କୁମାର। ଏଥିରେ ସିରିଏଲ ବିପକ୍ଷରେ ନଜର ଆସିଛନ୍ତି ବିଶ୍ୱନାଥ ପରିଡା ଛୋଟ କଳାକାର ଓ ନାୟକ ଭାବରେ ପରିଚିତ ଥିଲେ ସରଗର୍ମ, ମୁଁ ବି ଅର୍ଦ୍ଧାଗିନୀ, ରହିଛି ରହିବି ତୋରି ପାଇଁ ଫିଲ୍ମରେ ଛୋଟ ହିରୋ ଭୂମିକାରେ ଦେଖିବାକୁ ମିଳିଛି। ପରେ ତାଙ୍କୁ ‘ପ୍ରେମ କୁମାର, କିଏ ହେବ ମୋ ହିରୋଇନ, ପ୍ରେମ୍ ପୂଜାରୀ, ହୀରାଲାଲ ମୋତି ଲାଲ, ଫିଲ୍ମରେ ବିଶ୍ୱନାଥଙ୍କୁ ଛୋଟ କଳାକାର ବା ନାୟକ ଅପୋଜିଟରେ ଦର୍ଶକମାନେ ଦେଖିବାକୁ ପାଇଛନ୍ତି। ସବୁଠୁ ବଡ଼ କଥା ଶିଶୁ କଳାକାର ବିଶ୍ବନାଥକୁ ପୂର୍ବରୁ ଜୀ ସାର୍ଥକ, ତରଙ୍ଗ, ନ୍ୟୁଜ୍ ଓ୍ବାଲ୍ଡ ଓଡ଼ିଶା, ତରଙ୍ଗ ମିୟୁଜିକ୍ ଓ ଏବେ ଇଷ୍ଟର୍ଣ୍ଣ ମିଡିଆର ମଞ୍ଜରୀ ଚ୍ୟାନେଲରେ ଦେଖିବାକୁ ମିଳୁଛି। ଶିଶୁ କଳାକାର ବିଶ୍ବନାଥଙ୍କ ଅଭିନୟ ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳର ଲୋକଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏକ ଓଡ଼ିଆ ଛବିରେ ଉତ୍କଣ୍ଠାଙ୍କୁ ଦେଖିବାକୁ ମିଳିଥିଲା ନାୟକ ଭୂମିକାରେ। ସେ ସପ୍ତମ ଶ୍ରେଣୀରେ ପଢୁଥିଲା ବେଳେ ବାପା ମାଆ ଓ ପରିବାର ଲୋକଙ୍କ ଚେଷ୍ଟା ଓ ଆଶ୍ରିବାଦ ପାଇଁ ସେ ଛୋଟ ନାୟକ ହୋଇପାରିଛନ୍ତି। ଆଗକୁ ଦର୍ଶକଙ୍କ ଅଧିକରୁ ଅଧିକ ମନ କିଣିବା ପାଇଁ ବିଶ୍ବନାଥ ଚେଷ୍ଟା ଜାରି ରଖିଛନ୍ତି। ଏଥିସହ ପୁଣି ୬ରୁ ୭ଟି ଫିଲ୍ମରେ ଅଭିନୟ କରିବା ପାଇଁ ଏଗ୍ରିମେଣ୍ଟ୍ କରିଥିବା ପରିବାର ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.