ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିଶୁମାନଙ୍କ ଯୌନ ଉତ୍ପୀଡନ ଭିଡିଓ ଓ ଫଟୋ ପୋଷ୍ଟ ଏବଂ ସେୟାର କରିବା ଅଭିଯୋଗରେ ସିବିଆଇ ଦେଶର ୭୬ ଗୋଟି ସ୍ଥାନରେ ଚଢାଉ କରିଛି । ଏଥିରେ ଓଡ଼ିଶାର ୩ ଟି ସ୍ଥାନରେ ଚଢାଉ କରୁଥିବାବେଳେ ଭଦ୍ରକ ଜିଲାର ଆଗରପଡା ଥାନା ଅନ୍ତର୍ଗତ ଗଣିଜଙ୍ଗ ପଂଚାୟତର ବିନାୟକପୁର ଗାଁରେ ଚଢାଉ କରିଛି । ଏହି ଗାଁର ମନୋରଂଜନ ଦାସ ନାମକ ଜଣେ ଅଟୋ ଚାଳକ ଏହି ବେଆଇନ୍ ଘଟଣାରେ ସଂପୃକ୍ତ ଥିବାରୁ ସିବିଆଇ ତାଙ୍କ ନାମରେ ମାମଲା ରୁଜୁ କରି ଆଜି ସକାଳ ୮ ଟାରୁ ଏପର୍ଯ୍ୟନ୍ତ ଛାନଭିନ୍ ଚଳାଇଛନ୍ତି । ସିବିଆଇ ଇନ୍ସିପେକ୍ଟର ପି.କେ ମିଶ୍ରଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଗାଁରେ ପହଞ୍ôଚ ମନୋଜକୁ ଗୋଟିଏ ଘରେ ଅଟକ ରଖି ପଚରା ଉଚୁରା ଚଳାଇଛନ୍ତି । ଏପରିକି ତାଙ୍କ ମୋବାଇଲ୍କୁ ସିଜ୍ କରି ଲାପଟପ୍ ମାଧ୍ୟମରେ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛନ୍ତି । ତେବେ ଏହି ଘଟଣାରେ ତାଙ୍କ ସହ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ସେ ଦିଗ ପ୍ରତି ତଦନ୍ତ କରାଯାଉଥିବା ସିବିଆଇ ଅଧିକାରୀ କହିଛନ୍ତି ।