Home ଜିଲ୍ଲା ପରିକ୍ରମା ଶିବମୁନି ଯୋଗାଶ୍ରମର ବାର୍ଷିକ ଉତ୍ସବ

ଶିବମୁନି ଯୋଗାଶ୍ରମର ବାର୍ଷିକ ଉତ୍ସବ

5

ଭଦ୍ରକ, ୨୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍ ଛୟାଳସିଂହ ପଞ୍ଚାୟତ ପଳସାମଝିସାହି ଠାରେ ଶିବମୁନି ଯୋଗାଶ୍ରମ ର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୁରେନ୍ଦ୍ର ମୁନି ଓ ମଂଜୁଳାନାୟକ ଙ୍କ ଦ୍ୱାରା ଆୟୋଜିତ ଉତ୍ସବରେ ଦୁର୍ଗାଶଙ୍କର ମୁନି,ଶତୃଘ୍ନ ମୁନି,ଅନାଦି ମୁନି,ବାମଦେବ ମୁନି,ଅଭୟ ମୁନି,ଶୁକ ମୁନି,ଜଗନ୍ନାଥ ମୁନି,ରବିନ୍ଦ୍ର ମୁନି,ସୁରେନ୍ଦ୍ର ମୁନି ପ୍ରମୁଖ ଯୋଗ ଦେଇ ଯୋଗାଭ୍ୟାସ ଦ୍ୱରା ସମଗ୍ର ମାନବ ସୁସ୍ତ ରହିପାରିବେ ବୋଲି ଉପଦେଶ ଦେଇଥିଲେ । ଉପସ୍ଥିତ ବ୍ୟାକ୍ତିମାନେ ଭଗବତ୍ ଗୀତା, ଭାଗବତ ପାଠ, ଶିବମୁନି ସାହିତ୍ୟ , ନିଶ୍ୱାସ ତତ୍ତ୍ୱ ଉପରେ ଆଲୋଚନା କରା ଯାଇଥିଲା । ସତ୍ୟପତାକା ଉତୋଳନ ସହ ଅତିଥିପରିଚୟ ବିଷ୍ଣୁମୋହନ ମୁନି ଅନ୍ୟମାନଙ୍କ ମଧ୍ୟରେ ପାର୍ବତୀ ଜେନା,ତିଳୋଭମା ଜେନା,ଶାନ୍ତିଲତା ରାଉତ,ଲଷ୍ମୀଧର ଜେନା,ବାସନ୍ତୀ ଜେନା,ଗୟାଧର ରଣା,ହରିହର ଜେନା,ଜ୍ଞାନେନ୍ଦ୍ର ମହାପାତ୍ର,ଦୋଳଗୋବିନ୍ଦ ଜେନା,ଆରତୀ ଦାସ, ଭାରତୀ ନାୟକ,ଗଣେଶ ସମେତ ଅନ୍ୟମାନେ ଉପସ୍ଥିତ ରହି ବକ୍ତବ୍ୟ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.