Home ଜିଲ୍ଲା ପରିକ୍ରମା ନିମପଡ଼ା ଓ ଆଗରପଡ଼ାରେ ମେଲଣ ଉତ୍ସବ

ନିମପଡ଼ା ଓ ଆଗରପଡ଼ାରେ ମେଲଣ ଉତ୍ସବ

7

ଭଦ୍ରକ, ୨୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତିବର୍ଷପରି ଏବର୍ଷମଧ୍ୟ ବନ୍ତ ବ୍ଳକ ର ବିଭିନ୍ନ ସ୍ଥାନରେ ଯଥା ନିମପଡ଼ା, ଆଗରପଡ଼ା ରେ ମେଲଣ ପର୍ବ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଛି । ଏହି ଅବସରରେ ରାମଚନ୍ଦ୍ରପୁର ପଂଚାୟତ ନିମାପଡ଼ାର କପାଳୀକ୍ଷେତ୍ର ଠାରେ ଅଧିଷ୍ଟିତ ଅଭିରାମ ପରମହଂସ ଙ୍କଆଶ୍ରମ ପରିସରରେ ରାଧା କୃଷ୍ଣ ଙ୍କ ମେଲଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲଷେ ସଂଧ୍ୟାରେ ମେଲଣ ପଡ଼ିଆରେ ହରିନାମସଂକୀର୍ତ୍ତନ, ଭଜନସମାରୋହ ଅନୁଷ୍ଟିତ ହେବାସହ ନାମସଂକୀର୍ତ୍ତନ, ପ୍ରବଚନକାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।ସ୍ଥାନୀୟ ଅଂଚଳରୁ ଯଥା ଆପଣ୍ଡା,ସାହାରାଗଢ଼ିଆ,ରାମଚନ୍ଦ୍ରପୁର,ପାଟଣା,ନରସିଂହପୁର,ଜିରିଣା,ସିଲନ୍ଦି,ଭୁବନେଶ୍ୱରପୁର ଶାସନ ,ଦୋଳପଦୀ,ଜଗଦୀଶପୁର,ନିମାପଡ଼ା ଆଦି ଗ୍ରାମ ମାନଙ୍କ ରୁ ରାଧାକୃଷ୍ଣଙ୍କ ଯୁଗଳ ମୃର୍ତ୍ତିକୁ ସୁସଜ୍ଜିତ ବିମାନ ରେଉପବେଷ୍ଟନ କରାଯାଇ ବାଦ୍ୟର ତାଳେ ତାଳେ,ନାମସଂକୀର୍ତ୍ତନ ମଧ୍ୟରେ ମେଲଣପଡ଼ିଆକୁ ଅଣାଯାଇଥିଲା ।ଆତସବାଜୀ ସଂଗକୁ ,ହରି ନାମସଂକୀର୍ତ୍ତନରେ ଉକ୍ତ ସ୍ଥାନ ରେ ଏକଆଧ୍ୟାତ୍ମିକ ପରିବେଶ ସୃଷ୍ଟିହୋଇଥିଲା । ଉକ୍ତ ପରିକ୍ରମା ସମୟରେ ଢ଼େଙ୍କାନାଳ ରୁ ଆସିଥିବା ଗୋପାଳ ସଂପ୍ରଦାୟର ବ୍ୟକ୍ତିମାନଙ୍କ ଦ୍ୱାରା ଲଉଡ଼ି ଖେଳ ବେଶ୍ ହୃଦୟସ୍ପର୍ଶୀ ହୋଇଥିଲା ।ଏହାକୁ ଗ୍ରାମର ଆବାଳବୃଦ୍ଧ ବନିତା ମାନେ ଉପଭୋଗ କରିଥିଲେ ।ଏହି ଉତ୍ସବ ରବିବାର ସଂଧ୍ୟା ରୁ ଆରମ୍ଭ ହୋଇ ସୋମବାର ଦିନ ୧୨ଟା ପର୍ଯ୍ୟନ୍ତ ସଂପୃକ୍ତ ଅଂଚଳ ଲୋକାରଣ୍ୟ ହୋଇ ଥିଲା । ଶ୍ରୀଜୀଉଙ୍କ ସୁଦୃଶ୍ୟ ବିମାନଗୁଡିକୁ ଦେଖିବା ଏବଂ ଭକ୍ତି ନୈବେଦ୍ୟ ବାଢିବା ପାଇଁ ବହୁ ଭକ୍ତ ମାନଙ୍କର ବହୁସମାଗମହୋଇଥିଲ।। ଦର୍ଶକମାନଙ୍କ ପାଇଁ ଆନଂଦ ବଜାର ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

ରାତ୍ରୀ ୪ଟା ସୁଦ୍ଧା ସମସ୍ତ ବିମାନ ମେଲଣ ପଡ଼ିଆରେ ଶୋଭାଯାତ୍ରାରେ ପହଂଚି ପୂର୍ବ ପ୍ରସ୍ତୁତ ତାଲିକା ଅନୁଯାୟୀ ଶୃଙ୍ଖଳିତ ଭାବେ ବିମାନଗୁଡିକୁ ସ୍ୱାଗତ କରାଯାଇ ତାଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ସ୍ଥାପନା କରା ଯାଇଥିଲା । ପ୍ରଥମେ ମଂଗଳ ଆଳତୀ, ଷୋଡ଼ଶୋପଚାର ପୂଜାର୍ଚ୍ଚନା, ଛୋଟ ଛୋଟ ମାଟି ବଢାରେ ଭୋଗ ଲଗାଯାଇ ଠାକୁରଙ୍କୁ ସମର୍ପଣ କରା ଯାଇ ପରିଶେଷରେ ବିମାନକୁ ଦୋଳିରେ ଝୁଲାଯାଇଥିଲା । ଠାକୁରଙ୍କ ଠାରେ ଅବିର ଲଗାଯାଇ ଉକ୍ତ ଅବିର ରଂଗକୁ ଭକ୍ତ ମାନେ ନିଜ ଶରିରରେ ଲଗାଇ ରଂଗରପର୍ବ ହୋଲିକୁ ଆଂନଦ ଉଲ୍‌୍ଲାସ ମଧ୍ୟରେ ଉପଭୋଗକରିଥିଲେ ।ଏହିମେଲଣ୍‌କୁ ଆୟୋଜନ କରିଥିଲେ ଆଶ୍ରମର ପ୍ରତିଷ୍ଠାତା ରବିନ୍ଦ୍ର କୁମାର କର ଓ ଏହାକୁ ସହଯୋକରିଥିଲେ ରବିନ୍ଦ୍ର ରାଉତ ,ସୁରେନ୍ଦ୍ର ବାରିକ,ଭୀମସେନ ବାରିକ ଙ୍କ ସହ ସ୍ଥାନୀୟ ଅଂଚଳର ବହୁବାଦାନ୍ୟବ୍ୟକ୍ତି । ସେହିପରି ଆଗରପଡ଼ାର ରେ ୧୯୫୩ ମସିହାରେ ଡ଼ଃ ମହତାବଙ୍କ ଅମଳରୁ ରାମଗଡ଼ପଦା ମେଲଣ କମିଟି ଗଠିତ ହୋଇ ସେବେ ଠାରୁ ଅଦ୍ୟାବଧି ଦୋଳ ମେଲଣ ଉତ୍ସବ ଅନୁଷ୍ଠିତ ହୋଇ ଆସୁଛନ୍ତି । ଏହି ମେଲଣ ପଡ଼ିଆର ମଧ୍ୟଭାଗରେ ଇଂରାଜୀ ‘ୟୁି’ ଅକ୍ଷର ପରି ଏକ ତିନି ବାହୁ ବିଶିଷ୍ଟ ପକ୍କା ପିଣ୍ଡି ନିର୍ମାଣ କରାଯାଇଛି । ସେହି ପିଣ୍ଡି ଉପରେ ବିଭିନ୍ନ ପ୍ରାନ୍ତରରୁ ଆସୁଥିବା ଦୋଳ ବିମାନଗୁଡିକୁ ରଖା ଯାଇଥାଏ । ଏହାର ମଧ୍ୟମ ସ୍ଥଳରେ ଭଜନ, କୀର୍ତ୍ତନ,ପ୍ରବଚନ ଓ ପୂଜାପାଠ କରା ଯାଇଥାଏ । ଆଗରପଡ଼ା, ଅଣିଜୋ, ବର୍ତ୍ତନା,କୁପାରୀ, ମହାନ୍ତିପଡ଼ା, ଆଡ଼ିଆ, କାଦବରାଙ୍ଗ, ବଡମହିଷିଗୋଠ, ପୁରୁଷଣ୍ଢ, ଗୋପିନାଥପୁର ଆଦି ଅନେକ ପଂଚାୟତରୁ ରାଧାକୃଷ୍ଣଙ୍କ ଯୁଗଳ ମୃର୍ତ୍ତିକୁ ରଂଗବେରଂଗ ବସ୍ତ୍ର ତଥା ସୌଖୀନ ସାମଗ୍ରୀରେ ବିମାନକୁ ସୁସଜ୍ଜିତ କରି ବାଦ୍ୟର ତାଳେ ତାଳେ,ନାମସଂକୀର୍ତ୍ତନ କରାଯାଇ ମେଲଣପଡ଼ିଆକୁ ଅଣାଯାଇଥିଲା । ପ୍ରଥମେ ପୁରୁଷଣ୍ଢ ବଣିଆସାହିରୁ ବର୍ଣ୍ଣାଢ୍ୟ ସାଜସଜ୍ଜାରେ ଦୋଳବିମାନଟି ବାହାରି ପ୍ରଥମେ ଗ୍ରାମ୍ୟ,ବଜାର ପରିକ୍ରମା କରି ମହତାବ ଛକରେ ପହଂଚିବା ପରେ ଅନ୍ୟ ବିମାନଗୁଡିକ ତାହାର ପଛେ ପଛେ ଶୋଭାଯାତ୍ରାରେ ସାମିଲ ହୋଇ ରାମଗଡ଼ପଦା ମେଲଣ ପଡିଆ ଦିଗକୁ ଅଗ୍ରସର ହୋଇଥାନ୍ତି ।ବାଣରୋଷଣି ରେ ,ବିଭିନ୍ନବାଦ୍ୟ ସଂଗକୁ ନାମସଂକୀର୍ତ୍ତନରେ ଉକ୍ତ ସ୍ଥାନ ରେ ଏକଆଧ୍ୟାତ୍ମିକ ପରିବେଶ ସୃଷ୍ଟିହୋଇଥିଲା ।ରାଧାକୃଷ୍ଣଙ୍କର ଏହି ଅପୃର୍ବ ଦୃଶ୍ୟକୁ ଦର୍ଶନ ଓ ଅର୍ଚ୍ଚନ କରିବା ପାଇଁ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.