Home କେନ୍ଦୁଝର ଶିବନାରାୟଣପୁର ସ୍କୁଲକୁ ପାଠାଗାର ପୁସ୍ତକ ପ୍ରଦାନ

ଶିବନାରାୟଣପୁର ସ୍କୁଲକୁ ପାଠାଗାର ପୁସ୍ତକ ପ୍ରଦାନ

72

ହାଟଡ଼ିହି-୨୩ /୧୧, (ଓଡିଆପୁଅ / ବିକାଶ ବିଶ୍ୱାଳ) ବିଦ୍ୟାଳୟ ମାନଙ୍କରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଧିକ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାପାଇଁ ଆସପେୟାର ପକ୍ଷରୁ ଉଦ୍ୟମ କରାଯାଉଛି । ଏଥିଲାଗି ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପାଠାଗାର ପୁସ୍ତକ ପ୍ରଦାନ କରାଯାଉଛି । ଏହି କ୍ରମରେ ଆଜି ଶିବନାରାୟଣପୁର ୟୁ.ଜି.ଏମ.ଇ ସ୍କୁଲକୁ ପାଠାଗାର ପୁସ୍ତକ ପ୍ରଦାନ କରାଯାଇଛି । ଆସପେୟାର ପକ୍ଷରୁ ବଞ୍ଚୋ ପଞ୍ଚାୟତର ଜିପିସିଏମ ସୁନିଲ କୁମାର ବରାଳ, ବଞ୍ଚୋ କ୍ଲଷ୍ଟର ର ସିଏଫ ଆଦିତ୍ୟ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ୩୦୦ରୁ ଉର୍ଦ୍ଧ ପୁସ୍ତକ ପ୍ରଦାନ କରିଥିଲେ । ଏହିକାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ବିଶ୍ୱାଳ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଭାକର ଖଣ୍ଡା, ଶିକ୍ଷକ ପ୍ରଫୁଲ ମଣ୍ଡଳ, ଦେବଜାନୀ ମଲ୍ଲିକ, ଅଶୋକ ସେଠୀ, ପଦ୍ମାବତୀ ସାହୁ, ସୈବଳିନୀ ବିଶ୍ୱାଳ, ସୌମ୍ୟା ସୁଚିସ୍ମିତା ସ୍ୱାଇଁ, ତନ୍ମୟ ପଟ୍ଟନାୟକ, କମିଟି ସଦସ୍ୟ ମଦନ ଗିରି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.