Home କେନ୍ଦୁଝର ଧନୁର୍ଜୟପୁର-ନୁଆରଗୁଡି ରାସ୍ତା କାମ ନିମ୍ନମାନର

ଧନୁର୍ଜୟପୁର-ନୁଆରଗୁଡି ରାସ୍ତା କାମ ନିମ୍ନମାନର

155

ହାଟଡ଼ିହି-୨୩ /୧୧, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କରାଯାଉଥିବା ଧନୁର୍ଜୟପୁର-ନୁଆରଗୁଡି ରାସ୍ତାକାମ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ଏହି ରାସ୍ତାଟି ଉପରେ ପଢ଼ିଆରିପଲ୍ଲୀ, ଧନୁର୍ଜୟପୁର, ବାଙ୍ଗୋର ଆଦି ପଞ୍ଚାତର ଲୋକମାନେ ନିର୍ଭର କରୁଥିବାବେଳେ ରାସ୍ତାଟି ଖାଲଖମାରେ ପରିପୁର୍ଣ୍ଣ ହୋଇଯାଇଥିଲା । ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେବାପରେ ଆର.ଡି ବିଭାଗ ପକ୍ଷରୁ ଅନୁଦାନ ଯୋଗାଇ ଦିଆଯାଇ ରାସ୍ତାକାମ କରାଯାଉଛି । କିନ୍ତୁ କାମ ପୁର୍ବରୁ ଉପଯୁକ୍ତ ସଫେଇ ହେଉ ନଥିବାବେଳେ ଆବଶ୍ୟକ ପରିମାଣର ପିଚୁ ଦିଆଯାଉ ନଥିବାରୁ ପିଚୁ ଗୁଡିକ ସଙ୍ଗେ ସଙ୍ଗେ ଉଠିଯାଉଥିବା ଦେଖିବାକୁ ମିଳିଛି । ଏପରିକି ଦୁଇଦିନ ପୁର୍ବରୁ ହୋଇଥିବା ପିଚୁ ଏବେ ଉଠିଯାଇଥିବାରୁ ଏହାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାସ୍ତାଟିକୁ ଠିକ ଭାବରେ ସଫା କରାନଯାଇ ଧୁଳି ମାଟି ଉପରେ ପିଚୁ କରାଯାଉଥିବାରୁ ଏପରି ଅବସ୍ଥା ହେଉଥିବା କୁହାଯାଉଛି । ବିଭାଗୀୟ ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.