Home କନ୍ଧମାଳ ଉପାସନାର ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ

ଉପାସନାର ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ

82

ବାଲିଗୁଡା, ୨୫/୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପାସନା ଏଜୁକେସନ ଟ୍ରଷ୍ଟ ତରଫରୁ ଡିଡିୟୁ -ଜିକେଓଇ ଟ୍ରେନିଂ ସେଣ୍ଟର ପରିସର ମଧ୍ୟରେ ଅଭିଭାବକ ଓ ଶିକ୍ଷକମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପାସନା ଏଜୁକେସନ ଟ୍ରଷ୍ଟ ର କ୍ଵlଲିଟି ମ୍ୟାନେଜେର ଚିତ୍ତ ରଞ୍ଜନ ଦାସ, ପ୍ଲେସମେଣ୍ଟ ର ମୁଖ୍ୟ ମନୋଜ କୁମାର ରାଉତ, ସେଣ୍ଟର ଇନଚାର୍ଜ ବିକାଶ ମହାନ୍ତି, କାର୍ଯ୍ୟକ୍ରମର ମୁଖ୍ୟ ସୁଶୀଲ କୁମାର ପାତ୍ର, ପ୍ରମୁଖ ଉପସ୍ଥିତ ରହି ଟ୍ରେନିଂ ସେଣ୍ଟରର ମହତ୍ୱ, କର୍ମ ନିଯୁକ୍ତି ଓ ମାଗଣା ଶିକ୍ଷା ବ୍ୟବସ୍ଥା ଓ ମାଗଣା ସିଲେଇ ଟ୍ରେନିଂ ସମ୍ପର୍କ ରେ ସମ୍ୟକ ସୂଚନା ପ୍ରଦାନ କରିବା ସହ ଇଛୁକ ସମସ୍ତ ଛାତ୍ରୀ ଏହାର ସୁଯୋଗ ନେବା ପାଇଁ କହିଥିଲେ। ଏହି ବୈଠକ ରେ ବର୍ତ୍ତମାନ ଟ୍ରେନିଂ ନେଉଥିବା ୭୦ ଜଣ ଛାତ୍ରୀ ସମେତ ସେମାନଙ୍କର ଅଭିଭାବକ, ଓ ଶିକ୍ଷକ ମାନେ ଉପସ୍ଥିତ ଥିଲେ। ଶେଷରେ ବିକାଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.