Home କେନ୍ଦୁଝର ଶିକ୍ଷକ ସଂଘ ପକ୍ଷରୁ ମହାନ ପୂଜ୍ୟପୂଜା କାର୍ଯ୍ୟକ୍ରମ

ଶିକ୍ଷକ ସଂଘ ପକ୍ଷରୁ ମହାନ ପୂଜ୍ୟପୂଜା କାର୍ଯ୍ୟକ୍ରମ

66

ହାଟଡ଼ିହି, ୧୩ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ହାଟଡିହି ଠାରେ ଏକ ମହାନ ପୂଜ୍ୟପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କବି ସଂଯୋଜକ ତଥା ବରିଷ୍ଠ ଶିକ୍ଷକ ଶ୍ରୀକାନ୍ତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବେ ବିଇଓ ସୁରଥ କୁମାର ସାହୁ, ବିଶିଷ୍ଟ ଅତିଥି ଭାବେ ଏବିଇଓ ଧନେଶ୍ୱର ଖଣ୍ଡେଇ, ମୁଖ୍ୟବକ୍ତା ଭାବେ ଏବିଇଓ ତଥା ବିଆରସିସି ସୁରେଶ କୁମାର ଜେନା ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ନୁତନକରି ଚାକିରୀରେ ନିୟମିତ ହୋଇଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସ୍ୱାଗତ କରାଯାଇ ଥିଲା । ଶିକ୍ଷୟତ୍ରୀ ସୁଶ୍ରୀ ସ୍ୱୟଂପ୍ରଭା ବେହେରା ସ୍ୱାଗତ ସଂଗୀତ ଗାନ କରିଥିଲେ । ସଂଘର ସଭାପତି ଦେବାଶିଷ ବାରିକ, ସମ୍ପାଦକ ଜିତେନ୍ଦ୍ର ବେହେରା,ରାଜକିଶୋର ସ୍ୱାଇଁ, ଯୁଗ୍ମ ସମ୍ପାଦକ ପ୍ରଫୁଲ ସାହୁ, ଉପ ସଭାପତି ସୁଶାନ୍ତ ଜେନା, ସାଂଗଠନିକ ସମ୍ପାଦକ କ୍ଷେତ୍ରବାସୀ ମିଶ୍ର, ଅନିରୁଦ୍ଧ ବିଶ୍ୱାଳ ପ୍ରମୁଖ କର୍ମକର୍ତ୍ତା ମାନେ ସାଂଗଠନିକ ଉଦବୋଧନ ଦେଇଥିଲେ । ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ଚନ୍ଦ୍ର ମୁଖୀଙ୍କୁ ସଂଘ ପକ୍ଷରୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଅର୍ପଣ ପୁର୍ବକ ପୂଜ୍ୟପୂଜା ସମ୍ବର୍ଦ୍ଧନା ଜ୍ଞ୍ୟାପନ କରାଯାଇଥିଲା । ଧର୍ଯ୍ୟବାନ କର୍ତ୍ତବ୍ୟନିଷ୍ଠ ହୋଇ ଆଗାମି ଦିନରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦେବାସହ ସରକାରଙ୍କ ଶିକ୍ଷା ସମ୍ବଦ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ସୁରେନ୍ଦ୍ର କୁମାର ନାୟକ, କେଶବ ଚନ୍ଦ୍ର ପାତ୍ର, ଭକ୍ତ ଶେଖର ଜେନା, ମନୋରଞ୍ଜନ ନାୟକ, ପୁର୍ଣ୍ଣଚନ୍ଦ୍ର ଓଝା, ଉମାମଣୀ ପାଢ଼ୀ, ଶିବସୁନ୍ଦର ସେଠୀ, ଅଞ୍ଜନ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅନିରୁଦ୍ଧ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.