Home କେନ୍ଦୁଝର ବଉଳା କଲେଜ ଅଧ୍ୟକ୍ଷଙ୍କୁ ମାଡ, କଲେ ନଆସିବାକୁ ଚେତାବନୀ, ଥାନାରେ ମାମଲା ରୁଜୁ

ବଉଳା କଲେଜ ଅଧ୍ୟକ୍ଷଙ୍କୁ ମାଡ, କଲେ ନଆସିବାକୁ ଚେତାବନୀ, ଥାନାରେ ମାମଲା ରୁଜୁ

82

ହାଟଡ଼ିହି, ୧୩ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ବଉଳା ଯୁକ୍ତ ଦୁଇ କଲେଜ ସୋସୋର ଅଧ୍ୟକ୍ଷଙ୍କୁ ରାସ୍ତାରେ ଅଟକାଇ ମାଡ ମରାଯିବା ସହିତ ତାଙ୍କ ଗାଡିକୁ ଭଙ୍ଗାରୁଜା କରିଥିବା ନେଇ ଆଗରପଡା ଥାନାରେ ଅଭିଯୋଗ ହୋଇଛି । ଅଧ୍ୟକ୍ଷ ଶିବଚରଣ ଖାମୁରାଇ କରିଥିବା ଅଭିଯୋଗ ଅନୁଯାଇ ସେ ଗତ ୧୧ତାରିଖ ଦିନ ଦୁଇଟାବେଳେ କଲେଜରୁ ଘରକୁ ଫେରୁଥିବାବେଳେ ଆଗରପଡା ଭଦ୍ରକ ରାସ୍ତାର ମହାବୀର କ୍ରସର ନିକଟରେ ଏକ ନିଛାଟିଆ ସ୍ଥାନରେ ପୁର୍ବତନ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ୪ଜଣ ଗୁଣ୍ଡା ଶ୍ରେଣୀୟ ଯୁବକଙ୍କୁ ଧରି ରାସ୍ତାରେ ତାଙ୍କୁ ଅଟକାଇଥିଲେ । ସେ ଅଟକିବାପରେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ମାଡ ମାରିବା ସହ ତାଙ୍କ ମୋବାଇଲକୁ ନେଇ ତଳେ ଛେଚି ଭାଙ୍ଗି ଦେଇଥିଲେ । ପୁନର୍ବାର କଲେଜ ଆସିଲେ ତତେ ଜୀବନରେ ମାରିଦେବାକୁ ଧମକ ଦେବା ସହ ତାଙ୍କ ବାଇକଟିକୁ ରଡରେ ପିଟି ଭାଙ୍ଗିଥିଲେ । ଏପରିକି ଲୁହା କଣ୍ଟା ଦ୍ୱାରା ବାଇକ ଚକାଗୁଡିକୁ କଣା କରିଦେଇଥିଲେ । ବର୍ତ୍ତମାନର ଅଧ୍ୟକ୍ଷଙ୍କ ପାଟିଶୁଣି ସ୍ଥାନୀୟ କିଛି ଲୋକ ଦୌଡି ଆସିବାରୁ ପୁର୍ବତନ ଅଧ୍ୟକ୍ଷ ଓ ତାଙ୍କ ସାଙ୍ଗରେ ଆସିଥିବା ୪ଜଣ ଯୁବକ ଦ୍ରୁତଗତିରେ ସେମାନଙ୍କ ବାଇକରେ ପଳାଇଥିଲେ । ଏନେଇ ଅଧ୍ୟକ୍ଷ ଶିବଚରଣ ଖାମୁରାଇ ଆଗରପଡା ଥାନାରେ ଅଭିଯୋଗ କରିବା ସହିତ ଭଦ୍ରକ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅଭିଯୋଗ ହେବାପରେ ଆଗରପଡା ଥାନା କେସ ନଂ ୧୯୩/୨୦୨୧ରେ ମାମଲା ରୁଜୁ କରାଯାଇ ପୁଲିସ ତଦନ୍ତ ଆରମ୍ଭ କରିଛି । ଜଣେ ପୁର୍ବତନ ଅଧ୍ୟକ୍ଷଙ୍କ ଏପରି କାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି । ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜିବୀ ମହଲରେ ଏହାକୁ ଦୃଢ଼ ନିନ୍ଦା ମଧ୍ୟ କରାଯାଇଛି । ଏ ସମ୍ପର୍କରେ କଲେଜର ପୁର୍ବତନ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକଙ୍କୁ ଯୋଗଯୋଗ କରାଯାିଥିଲେ ମଧ୍ୟ ତାଙ୍କ ଫୋନ ସୁଇଜଅଫ ଥିବାରୁ ମତାମତ ଅଣାଯିବା ସମ୍ଭବପର ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.