Home ଜିଲ୍ଲା ପରିକ୍ରମା ଶିକୁଳିରେ ବନ୍ଧା ଖଗେନଙ୍କ ଜୀବନ

ଶିକୁଳିରେ ବନ୍ଧା ଖଗେନଙ୍କ ଜୀବନ

38

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ରାହାଞ୍ଜ ପଂଚାୟତ ବାଇଶାସାହି ଗ୍ରାମର ଶ୍ୟାମସୁନ୍ଦର ନାୟକଙ୍କ ପୁଅ ଖଗେନ (୪୦) ଗତ ୩ ବର୍ଷ ତଳେ ଘରୋଇ କଳିକୁ ନେଇ ବିଷ ଖାଇ ଗୁରୁତର ଥିଲେ । ହେଲେ ବହୁ ଟଙ୍କା ଖର୍ଚ୍ଚ କରି ସ୍ତ୍ରୀ ତାଙ୍କୁ ଭଲ କରି ଆଣିଲେ ସତ ହେଲେ କିଛିଦିନ ପରେ ପାଗଳ ହୋଇଗଲା । ସେବେଠୁ ଶିକୁଳିରେ ବନ୍ଧା ହୋଇ ପଣହିରହିଛନ୍ତି । ପରିବାର କହିଲେ ୨ଟି ଛୋଟ ଛୋଟ ଝିଅ ଆଉ ସସ୍ରୀ । ସରକାରୀ ସହାୟତା କହିଲେ ରାସନ୍ କାର୍ଡ ମିଳୁଛି ହେଲେ ମାତ୍ର ୫ କିଲୋ ଚାଉଳ । କିଛି ଦିନ ହେବ କାର୍ଡରୁ ଉଭାନ ହୋଇଯାଇଛି ପରିବାରର ତିନି ପ୍ରାଣୀଙ୍କ ନାମ । କାହିଁକି ନାମ କାଟିଲା ତାର ଉତ୍ତର କାହାରି ପାଖରେ ନାହିଁ ବୋଲି କହନ୍ତି ସ୍ତ୍ରୀ କୁନି ନାୟକ । ଏବେ ତିନି ପ୍ରାଣୀଙ୍କୁ ପୋଷିବା ସ୍ତ୍ରୀଙ୍କ ପାଇଁ ହୋଇପଡିଛି କଷ୍ଟସାଧ୍ୟ । ଦୁଇବର୍ଷ ହେବ ଘର ଛାଉଣୀ ହୋଇନଥିବାରୁ ଗାଁ ପିଲା ଚାନ୍ଦା କରି ପାଲଟିଏ ପକାଇଛନ୍ତି । ଗରିବ ପନରିବାର ହୋଇଥିବାରୁ ଡାକ୍ତର ଚିକିତ୍ସା ପାଇଁ ସମ୍ବଳ ନାହିଁ । ଗାଁର ଜଣେ ସମାଜସେବୀ ସତ୍ୟବ୍ରତ ନାୟକ ଏକ ବିଷୟରେ ଜିଲାପାଳଙ୍କୁ ଟ୍ୱିଟ୍ କରିବା ପରେ ଜିଲାପାଳଙ୍କ ନିର୍ଦ୍ଦେଶରେ ଏକ ଡାକ୍ତରୀ ଦଳ ତାଙ୍କ ଘରକୁ ଆସି ସକାଳେ ତାଙ୍କୁ ଭଦ୍ରକ ଡାକ୍ତରଖାନା ନେଇଗଲେ ହେଲେ ବିନା ଚିକିତ୍ସାରେ ପୁଣି ସନ୍ଧ୍ୟାରେ ଘରେ ଆଣି ଛାଡି ଦେଇଗଲେ । ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚିକିତ୍ସା ନାମରେ ଏଭଳି ଭେଳିକି କାହିଁକି ବୋଲି ବୁଦ୍ଦିଜୀବୀ ପ୍ରଶ୍ନ କରିଛନ୍ତି । ଗୋଟିଏ ପଟେ ଗରିବ, ଅନ୍ୟପଟେ ସ୍ୱାମୀର ପାଗଳାମି । ପରିବାର ପାଇଁ ସୃଷ୍ଟି କରିଛି ବଂଚିବା ମରିବାର ସମସ୍ୟା । ସରକାରୀ ସ୍ତରରେ ଏହି ପରିବାରକୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.