Home କେନ୍ଦୁଝର ଶାଳବଣି ରାଧାଗୋବିନ୍ଦ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ପାଳିତ

ଶାଳବଣି ରାଧାଗୋବିନ୍ଦ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ପାଳିତ

76

ହାଟଡିହି, ୩୦ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାବଳେଶ୍ୱର ପଞ୍ଚାୟତ ଶାଳବଣୀ ଠାରେ ଥିବା ରାଧାଗୋବିନ୍ଦ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିପାଇଁ ଆଜି ସକାଳୁ ମନ୍ଦିର ପୁରୋହିତ ଶଶିକାନ୍ତ ଷଡଙ୍ଗୀଙ୍କ ଦ୍ୱାରା ମଙ୍ଗଳଆଳତୀ, ପହିଲିଧୂପ ଆଦି ଲାଗିକରାଯିବା ପରେ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ଆଗିରିଆ, ଜମ୍ଭରା, ବାଲିପଦା, ଶାଳବଣି, ଡିମିରିଆ, ଧାଇପୋଖରୀ ଆଦି ଗ୍ରାମର ଶ୍ରଦ୍ଧାଳୁମାନେ ଠାକୁରଙ୍କ ପାଖରେ ଭୋଗରାଗ କରିବା ସହିତ ପ୍ରଭୂଙ୍କ ପୂଜାରେ ସାମିଲ ହୋଇଥିଲେ । ଏହି ଅବସରରେ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ଶାଳବଣି ଗ୍ରାମର ସମସ୍ତ ଗ୍ରାମବାସୀ ପୂଜାକାର୍ଯ୍ୟରେ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.