Home ଓଡ଼ିଶା ଯୋଡା : ଜାତୀୟ କ୍ରୀଡା ଦିବସ ଅବସରରେ ୨ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଯୋଡା : ଜାତୀୟ କ୍ରୀଡା ଦିବସ ଅବସରରେ ୨ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

43
??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଯୋଡା, ୩୦ା୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ବ୍ଲକ ବିରିକଳା ପଞ୍ଚାୟତର ବିଲେଇପଦାସ୍ଥିତ ବିର୍ସା ମୁଣ୍ଡା ଖେଳପଡିଆ ଠାରେ ଜାତୀୟ କ୍ରୀଡା ଦିବସ ଅବସରରେ ୨ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟଟିକୁ ବିଲେଇପଦାସ୍ଥିତ ଛାତ୍ର ପ୍ରଗତି ଯୁବକ ସଂଘ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରୁ ୧୦ଟି ଦଳ ଏଥିରେ ଭାଗ ନେଇଥିଲେ । ସୋମବାର ଅନ୍ତିମ ଦିବସରେ ଫାଇନାଲ ମ୍ୟାଚରେ ଭାଗଲପୁର ଏବଂ ମହାଦେବନାଶା ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳିଥିଲା । ଶେଷ ମହୁର୍ତ୍ତ ପର୍ଯ୍ୟନ୍ତ କେହି କାହା ବିପକ୍ଷରେ ଗୋଲ କରିପାରିନଥିବା ବେଳେ ପେନାଲଟି ସଟ୍‌ରେ ଗୋଟିଏ ଗୋଲରେ ଭାଗଲପୁର ଦଳ ବିଜେତା ଘୋଷିତ ହୋଇଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଟିରେ ମହାଦେବନାଶା, ଭାଗଲପୁର (କ) ଓ (ଖ), ହୁଣ୍ଡୁଳା, ବିଲେଇପଦା, କାରଣସାହି, ବଳିତା, ବିରିକଳା (କ) ଓ (ଖ), କାଳିଆବେଡା ଦଳ ଅଂଶଗ୍ରହଣ କରିଥିଲେ । ସେମିଫାଇନାଲଟି ବଳିତା ଓ ଭାଗଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଭାଗଲପୁର ୧-୦ ଗୋଲରେ ବଳିତା ଦଳକୁ ପରାଜୟ କରି ଫାଇନାଲକୁ ଉନ୍ନୀତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟଟିରେ ମୁଖ୍ୟ ଅତିଥି ଭାବେ ଦେଓଝର ପଞ୍ଚାୟତର ସରପଞ୍ଚ ମଙ୍ଗଲ ମୁଣ୍ଡା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଟାଟା ଲଙ୍ଗ ପ୍ରଡକ୍ଟ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ବିଶ୍ୱନାଥ ଖୁଣ୍ଟିଆ, ସମ୍ପାଦକ ଦେବେନ୍ଦ୍ର ବାରିକ୍‌, ଆଞ୍ଚଳିକ ଟ୍ରକ ମାଲିକ ସଂଘର ସହସମ୍ପାଦକ ଅର୍ଜୁନ ମୁଣ୍ଡା, ଯୋଡା ବ୍ଲକ ଛାତ୍ର ସଭାପତି ଯୁଧିଷ୍ଠୀର ପଲେଇ, ଉପସଭାପତି ରାଧାକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବିଜେତାମାନଙ୍କୁ ଟ୍ରଫି ଏବଂ ନଗଦ ରାଶି ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟଟିରେ ଜେ.ଡି. ଡ୍ୟାନ୍ସ ଗୃପ ଦ୍ୱାରା ରଙ୍ଗା ରଙ୍ଗା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଛାତ୍ର ପ୍ରଗତି ଯୁବକ ସଂଘର ସମ୍ପାଦକ ବିରସିଂ ମୁଣ୍ଡା, ନରେଶ ପ୍ରଧାନ, ସାହୁ ହୋନହାଗା, ସୋମନାଥ ହୋନହାଗା ପ୍ରମୁଖ ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.