Home କେନ୍ଦୁଝର ଶାଳଣିଆଁ ସର୍ଟଡାଉନ, ବଜାରକୁ ବିଶୋଧନ କଲା ଅଗ୍ନିଶମ ବିଭାଗ

ଶାଳଣିଆଁ ସର୍ଟଡାଉନ, ବଜାରକୁ ବିଶୋଧନ କଲା ଅଗ୍ନିଶମ ବିଭାଗ

110

ହାଟଡିହି ୨୮ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତର ସୋଲପଟା ଗ୍ରାମରୁ ଗତ ସୋମବାର ଦିନ ୬ଜଣ କରୋନା ପଜେଟିଭ ଚିହ୍ନଟ ହେବାପରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସୋଲପଟା ଗ୍ରାମ ସହିତ ଶାଳଣିଆଁ ମାର୍କେଟକୁ ଆଶିଂକ ସର୍ଟଡାଉନ ଘୋଷଣା କରାଯାଇଥିଲା । ଆଜି ସକାଳ ଠାରୁ ଆସନ୍ତା ୨ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହୋଇଛି । ଏ ଅଞ୍ଚଳରେ ପୁର୍ବ ସଂକ୍ରମିତ ମାନେ ବିଭିନ୍ନ ଦୋକାନକୁ ଯିବା ଆସିବା ସହିତ ବଜାରରେ ବୁଲାବୁଲି କରୁଥିବାବେଳେ ଜଣେ ସଂକ୍ରମିତ ଛୁଆ ମାନଙ୍କୁ ଟିଉସନ ମଧ୍ୟ କରୁଥିଲେ । ଫଳରେ ଏ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଥିବାବେଳେ ପ୍ରଶାସନ ପକ୍ଷରୁ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରାଯାଇ ଆଜିଠାରୁ ସର୍ଟଡାଉନ କରାଯାଇଛି । ଫଳରେ ଶାଳଣିଆଁ ବଜାରରେ ଥିବା ଶତାଧିକ ଦୋକାନ ବଜାର ବନ୍ଦ ଥିବାବେଳେ କେବଳ ଔଷଧ ଦୋକାନ ଓ ତେଜରାତି ଦୋକାନ ଗୁଡିକ ଖୋଲା ରହିଥିଲା । ସେହିପରି ହାଟଡିହି ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ଶାଳଣିଆଁ ଓ ସୋଲପଟା ଗ୍ରାମ ସହିତ ବଜାରକୁ ମଧ୍ୟ ବିଶୋଧନ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଣ୍ଟ୍ରାକ୍ଟ ଟ୍ରେସିଂ କରାଯିବା ସହିତ ମହିଳାସ୍ୱାସ୍ତ୍ୟକର୍ମୀ, ପୁରୁଷ ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀ ମାନେ ଘରଘର ବୁଲି ସର୍ଭେକାମ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.