Home କେନ୍ଦୁଝର ପୁର୍ବତନ କୃଷି କର୍ମଚାରୀଙ୍କ ପରଲୋକ

ପୁର୍ବତନ କୃଷି କର୍ମଚାରୀଙ୍କ ପରଲୋକ

105

ହାଟଡିହି ୨୮ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଅବସରପ୍ରାପ୍ତ କୃଷି ବିଭାଗର କର୍ମଚାରୀ ନିରଞ୍ଜନ ମହାନ୍ତିଙ୍କ୭୩ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ କର୍ତ୍ତବ୍ୟ ପରାୟଣ, ପରୋପକାରୀ ଓ ବନ୍ଧୁ ବତ୍ସଳ ବ୍ୟକ୍ତି ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ । ସେ ଗତ କିଛିଦିନ ହେଲା ଅସୁସ୍ଥ ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାରେ ରଖାଯାଇ ଚିକିତ୍ସା କରାଯାଉଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ମରଶରୀରକୁ ନିଜ ଗ୍ରାମ ଶିବନାରାୟଣପୁରକୁ ଅଣାଯିବାପରେ ବୈତରଣୀ ନଦୀ କୁଳରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ତାଙ୍କ ପରଲୋକରେ ତାଙ୍କର ସହକର୍ମୀ ଅବସରପ୍ରାପ୍ତ ଗ୍ରାମ୍ୟ କୃଷି କର୍ମଚାରୀ ତଥା ପୁର୍ବତନ ହାଟଡିହି ବ୍ଲକ ସଂଘ ସଭାପତି ରଙ୍ଗାଧର ପୁହାଣ, ପୁର୍ବତନ ଜିଲ୍ଲା ସଂଘ ସଭାପତି ନାରାୟଣ ଚନ୍ଦ୍ର ପଣ୍ଡା, ପୁର୍ବତନ ଜିଲ୍ଲା ଉପସଭାପତି ଧୂମକେତୁ ଦାସ, ଅବସରପ୍ରାପ୍ତ କୃଷି କର୍ମଚାରୀ ପ୍ରଭାକର ରାଉଳ, ବାବାଜି ଚରଣ ସାହୁ, ଯୋଗେନ୍ଦ୍ର ଦାସ ପ୍ରମୁଖ ଗଭୀର ଶୋକପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନ ନିମନ୍ତେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.