Home ଓଡ଼ିଶା ଶାଳଣିଆଁ ପଞ୍ଚାୟତରେ ମନରେଗା ଦୁର୍ନିର୍ତ୍ତି ଘଟଣା, କନିଷ୍ଠଯନ୍ତ୍ରୀ ନଲମ୍ବିତ, ବିଡିଓଙ୍କୁ କାରଣଦର୍ଶାଅ ନୋଟିସ ଜାରି

ଶାଳଣିଆଁ ପଞ୍ଚାୟତରେ ମନରେଗା ଦୁର୍ନିର୍ତ୍ତି ଘଟଣା, କନିଷ୍ଠଯନ୍ତ୍ରୀ ନଲମ୍ବିତ, ବିଡିଓଙ୍କୁ କାରଣଦର୍ଶାଅ ନୋଟିସ ଜାରି

456

ହାଟଡିହି, ୭ । ୭ : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନିତି ହୋଇଥିବା ଅଭିଯୋଗ ହେବାପରେ କେନ୍ଦୁଝର ଜିଲ୍ଲାପାଳ ଆଜି ସଂପୃକ୍ତ ପଞ୍ଚାୟତର କନିଷ୍ଠଯନ୍ତ୍ରୀଙ୍କୁ ନିଲମ୍ବିତ କରିଥିବାବେଳେ ବିଡିଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଖବରରୁ ଜଣାଯାଇଛି ଯେ ଏହି ପଞ୍ଚାୟତରେ ଏବେ ମନରେଗା ଯୋଜନା ପାଇଁ ବିଭିନ୍ନ ପ୍ରକଳ୍ପ ଅନୁମୋଦନ ହୋଇଥିବାବେଳେ ସେଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଜଣେ ଜଣେ ବ୍ୟକ୍ତି ପୁର୍ବରୁ ଲ୍ୟାଣ୍ଡ ଡେଭଲପମେଣ୍ଟ, ମୋ ପୋଖରୀ ଭଳି ଅନେକ ସରକାରୀ ଯୋଜନାରେ ଉପକୃତ ହୋଇଥିବାବେଳେ ଏବେ ପୁନର୍ବାର ନିଜ ନାମ ସହିତ ନିଜ ନିଜର ସମ୍ପର୍କୀୟଙ୍କ ନାମରେ ମଧ୍ୟ ଏକାଧିକ ଯୋଜନା ହାତେଇବାରେ ସକ୍ଷମ ହୋଇଥିଲେ । ସୋଲପଟା ଗ୍ରାମର ସରୋଜ ନାୟକ ଗତ ଦୁଇବର୍ଷ ତଳେ ଏକ ମୋ ପୋଖରୀ ନେଇଥିବାବେଳେ ଚଳିତବର୍ଷ ତାଙ୍କ ବାପା ଅଧିକାରୀ ନାୟକଙ୍କ ନାମରେ ଅନ୍ୟଏକ ଫାର୍ମପଣ୍ଡ ନେଇଛନ୍ତି । ପିଏସ ସେୟାରରେ ହୋଇଥିବା ଏହି କାର୍ଯର୍୍ୟାଦେଶରେ ପୁର୍ବବର୍ଷର ପୋଖରୀକୁ ଦେଖାଇ ମୃତବ୍ୟକ୍ତି ଓ ଅନେକ ବୃଦ୍ଧବୃଦ୍ଧାଙ୍କ ନାମରେ ଜବକାର୍ଡରେ ଶ୍ରମିକ ଭାବେ କାର୍ଯ୍ୟକରିଥିବା ଦର୍ଶାଇ ଅନୁଦାନ ଅର୍ଥକୁ ଉଠାଇ ନେଇଛନ୍ତି । ଏପରିକି ଏ ସମ୍ପର୍କରେ ସଂପୃକ୍ତ ପଞ୍ଚାୟତର ଜିଆରଏସ କିଛି ଜାଣି ନଥିବାବେଳେ ବ୍ଲକରେ ମଷ୍ଟରରୋଲ ଏଣ୍ଟ୍ରି କରାଯାଇଛି । ସେହିପରି ଏହି ପଞ୍ଚାୟତରେ ହୋଇଥିବା ଅଧିକାଶଂ କାର୍ଯ୍ୟ ବ୍ଲକ ପକ୍ଷରୁ ବାହାରିଥିବାବେଳେ ସେଥିରେ ଅନେକ ଭିନ୍ନକ୍ଷମ, ବୃଦ୍ଧବୃଦ୍ଧାଙ୍କୁ ଶ୍ରମିକ ଭାବେ ଦର୍ଶଯାଇ ଅନୁଦାନ ଉଠାଇ ନିଆଯାଇଛି । ଏହିପରି ଅନେକ ଲୋକ ପୁର୍ବରୁ ଦୁଇ ତିନୋଟି ପ୍ରକଳ୍ପ ନେଇଥିବାବେଳେ ଚଳିତବର୍ଷ ଚଞ୍ଚକତା କରି ନିଜ ନିଜ ସମ୍ପର୍କୀୟଙ୍କ ନାମରେ ପୁନଶ୍ଚ ଦୁଇ ତିନୋଟି ପ୍ରକଳ୍ପ ହାତେଇ ନେଇଛନ୍ତି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲାକି ମଲାଲୋକଙ୍କୁ ଶ୍ରମିକ ଭାବେ କାମ କରାଯାଇଥିବା ମଷ୍ଟରରୋଲରେ ଦର୍ଶଯାଇଛି । ଅଧିକାରୀ ନାୟକଙ୍କ ପୋଖରୀ ଖୋଳାରେ ମୃତ ଭାବଗ୍ରାହୀ ନାୟକଙ୍କୁ ଶ୍ରମିକ ଭାବେ କାର୍ଯ୍ୟକରିଥିବା ଦର୍ଶାଯାଇଥିବାବେଳେ ଅନେକ ବୃଦ୍ଧବୃଦ୍ଧା ଯେଉଁ ମାନେକି ଭତ୍ତା ପାଉଛନ୍ତି ସେମାନଙ୍କୁ ଶ୍ରମିକ ଭାବେ ଉପସ୍ଥାପିତ କରାଯାଇ ମଷ୍ଟରରୋଲରେ ପେମେଣ୍ଟ କରାଯାଇଛି । ଏହିସବୁ କାର୍ଯ୍ୟରେ ଦୁଇଜଣ ଭିନ୍ନକ୍ଷମଙ୍କୁ ଯେଉଁମାନେକି ସରକାରଙ୍କ ଠାରୁ ୭୦୦ଲେଖାଏଁ ଟଙ୍କା ପାଉଛନ୍ତି ସେମାନଙ୍କୁ ମଧ୍ୟ ଶ୍ରମିକ ଭାବେ ଦର୍ଶାଯାଇ ତାଙ୍କ ଏକାଉଣ୍ଟକୁ ଟଙ୍କା ପଠାଯାଇଛି । ଫଳରେ ସରକାରଙ୍କ ଏହି ଯୋଜନା ଏଠାରେ ଦିଗହରା ହୋଇପଡିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଅଭିଯୋଗ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇଥିଲା । ଆଜି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ବ୍ଲକର ଶାଳଣିଆଁ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ସୁଧାକର ପଣ୍ଡାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବାବେଳେ ବିଡିଓ ଜୟଦେବ ଦାସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.