Home ଅନୁଗୁଳ ଏମସିଏଲ୍ ଆମ୍ବୁଲାନସ୍ ଡିଭିଜନ ପକ୍ଷରୁ ୭୧ତମ ବନ ମହୋତ୍ସବ ପାଳିତ

ଏମସିଏଲ୍ ଆମ୍ବୁଲାନସ୍ ଡିଭିଜନ ପକ୍ଷରୁ ୭୧ତମ ବନ ମହୋତ୍ସବ ପାଳିତ

78

ତାଳଚେର,୭/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପବିତ୍ର ବନ ମହୋତ୍ସବ ପାଳନ ମହତ୍ୱକୁ ହୃଦୟଙ୍ଗମ କରି ଅଧିକରୁ ଅଧିକ ଗଛ ଲଗାଇ ଏକ ସ୍ୱଚ୍ଛ ସବୁଜ ସୁନ୍ଦର ପରିବେଶ ସୃଷ୍ଟିର ସ୍ୱପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ଏମସିଏଲ୍ ଆମ୍ବୁଲାନସ୍ ଡିଭିଜନ୍ (ଜଗନ୍ନାଥ ଏରିଆ) ପକ୍ଷରୁ ୭୧ତମ ବନମହୋତ୍ସବ ପାଳିତ ହୋଇଯାଇଛି । ସେଂଟ୍ ଜନସ୍ ଆମ୍ବୁଲାନସ୍ ଓଡ଼ିଶା ଶାଖାର ଏମ୍‌.ସି.ଏଲ୍‌. ଆମ୍ବୁଲାନସ୍ ଡିଭିଜନ ତାଳଚେରର ଡିଭିଜନ କମାଣ୍ଡର ଦୀନବନ୍ଧୁ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ବୃକ୍ଷରୋପଣ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ‘ବୃକ୍ଷ ଲଗାନ୍ତୁ, ଭବିଷ୍ୟତ ବଂଚାନ୍ତୁ’ ବାର୍ତା ନେଇ ଅନୁଷ୍ଠାନ ପକ୍ଷରୁ ପ୍ରଥମେ ସପଥ ପାଠ କରାଯିବା  ସହିତ ସ୍ଥାନୀୟ ଲାଙ୍ଗିଯୋଡା ଗ୍ରାମ ନିକଟରେ ବ୍ରିଗେଡ୍ ସଦସ୍ୟ ସମୁହ ଗଛ ଲଗାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.