Home କେନ୍ଦୁଝର ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ମଶାରୀ ବଣ୍ଟନ

ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ମଶାରୀ ବଣ୍ଟନ

39

ହାଟଡିହି-୨୯ /୧୨ (ଓଡିଆପୁଅ /ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଡଅଁର ଗ୍ରାମରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ଚନ୍ଦ୍ର ନାୟକ, ଡାକ୍ତର ସଂଗ୍ରାମ ବ୍ରହ୍ମ, ବିପିଏମ ଚନ୍ଦନ କୁମାର ସାହୁ, ଏଲ.ଟି. ଅଶୋକ ବେହେରା, ଜିଲ୍ଲାପରିଷଦ ସଦସ୍ୟା ପ୍ରଣତି ଦେଓ, ରଞ୍ଜନ ପହି, ପ୍ରତାପ ଦେଓ ପ୍ରମୁଖ ଯୋଗଦେଇଥିଲେ । ସମଗ୍ର ବ୍ଲକର ୨୨୩ଟି ଗ୍ରାମରେ ୯୭୨୭୩ଟି ମଶାରୀ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଥିବା ଡାକ୍ତର ନାୟକ ସୁଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୮୨ଜଣ ସ୍ୱାସ୍ଥ୍ୟକର୍ମୀ ୪୩୧ଜଣ ଶିକ୍ଷକ, ୧୪୦ଜଣ ଆଶା, ୨୧୮ଜଣ ଅଙ୍ଗନବାଡି କର୍ମୀ ଓ ୨୨ଜଣ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନନ୍ଦିପଦା, ସୋସୋ ପୁଲିସ ପକ୍ଷରୁ ଦୁଇଟି ପୁଲିସ ଟିମ ପେଟ୍ରୋଲିଂ ପାଇଁ ବ୍ୟବସ୍ଥା କରାଯାଇଛି । ବିଡିଏମ ପ୍ରଦୀପ ଦାସ, ସୁପରଭାଇଜର ମଧୁସୁଦନ ସାମଲ, ଏସଟିଏସ ଅଞ୍ଜନ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.