Home କେନ୍ଦୁଝର ଶାଳଣିଆଁରେ ପୋଲିସ ମାଡ ମାରିବାକୁ ନେଇ ଉତ୍ତେଜନା

ଶାଳଣିଆଁରେ ପୋଲିସ ମାଡ ମାରିବାକୁ ନେଇ ଉତ୍ତେଜନା

104

ହାଟଡିହି-୨୨/୫, ଶାଳଣିଆଁ ବଜାରରେ ଗତକାଲି ସନ୍ଧ୍ୟାରେ ପୁଲିସ ଜଣେ ଦୋକାନୀକୁ ମାଡ ମାରିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ପୁଲିସ ମାଡରେ ଦୋକାନୀ ଜଣକ ଆହତ ହୋଇଥିବାବେଳେ ଏହାକୁନେଇ ଲୋକମାନେ ପୁଲିସ ଉପରକୁ ଟେକାପଥର ବି ମାଡ କରିବାକୁ ପଛେଇ ନାହାନ୍ତି । ଖବରରୁ ଜଣାଯାଇଛି ପଞ୍ଚାୟତ ସମ୍ମୁଖରେ ନୀଳକଣ୍ଠ ମହାକୁଡ ନାମକ ଜଣେ ଯୁବକ ପାନ ଷ୍ଟେସନାରୀ ଦୋକାନ ଦେଇଛି । ଗତ ଦୁଇଦିନ ତଳେ ଶାଳଣିଆଁରେ ଥିବା ପୁଲିସ ସନ୍ଧ୍ୟା ସୁଧା ଦୋକାନ ବନ୍ଦ କରିବାକୁ ନୀଳକଣ୍ଠକୁ କହିଥିଲେ । କିନ୍ତୁ ନୀଳକଣ୍ଠ ଏହାକୁ ଗୁରୁତ୍ୱ ଦେଇ ନଥିଲା । ଗତକାଲି ନୀଳକଣ୍ଠ ଦୋକାନ ବନ୍ଦ କରୁଥିବା ସମୟରେ କାହିଁକି ଦୋକାନ ବନ୍ଦ କରିନାହଁ କହି କିଛି ପୁଲିସ ଫୋର୍ସ ତାକୁ ମାଡ ମାରି ଲହୁ ଲୁହାଣ କରିଥିଲେ । ଏଖବର ପ୍ରଚାରିତ ହେବାମାତ୍ରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବାସହ ଲୋକମାନେ ପୁଲିସ କ୍ୟାମ୍ପ ଉପରକୁ ଟେକାପଥର ମାଡ କରିଥିଲେ । ଖବରପାଇ ନନ୍ଦିପଦା ଥାନା ଅଧିକାରୀ ପରେଶ ମହାନ୍ତି ଓ ଅନ୍ୟ ଅଫିସରମାନେ ଘଟଣାସ୍ଥଳକୁ ଯାଇ ଉତ୍ତ୍ୟେକ୍ତ ଲୋକମାନଙ୍କୁ ବୁଝାସୁଝା କରିଛନ୍ତି । ପୁଲିସ ଅନ୍ୟମାନଙ୍କ କଥାରେ ପରିଚାଳିତ ହୋଇ ଆକ୍ରୋଶ ମୁଳକ ଭାବେ ମାଡ ମାରୁଥିବା ସ୍ଥାନୀୟ ଲୋକମାନେ ଥାନା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ବଜାରରେ କିପରି ଶାନ୍ତି ଶୃଙ୍ଖଳାର ସହ ୪ର୍ଥପର୍ଯ୍ୟାୟ ଲକଡାଉନ ସମାପ୍ତ ହେବ ସେଥିପାଇଁ ସମସ୍ତେ ସଚେତନ ହେବା ସହିତ ପୁଲିସକୁ ସହଯୋଗ କରିବାକୁ ଥାନା ଅଧିକାରୀ ଲୋକମାନଙ୍କୁ ନିବେଦନ କରିଛନ୍ତି । ଆଜି ଶାଳଣିଆଁର ଅନେକ ବ୍ୟକ୍ତି ବିଧାୟକ ଭାଗିରଥି ସେଠୀଙ୍କୁ ଭେଟି ପୁଲିସର ଏପରି ଆକ୍ରୋଶ ମୁଳକ ଆକ୍ରମଣ ସମ୍ପର୍କରେ ଅଭିଯୋଗ ମଧ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.