Home କେନ୍ଦୁଝର ଶାଳଣିଆଁରୁ ପ୍ରଥମ କରୋନା ପଜେଟିଭ ଚିହ୍ନଟ, ୨୨ରୁ ଭଲ ହେଲେଣି ୧୯

ଶାଳଣିଆଁରୁ ପ୍ରଥମ କରୋନା ପଜେଟିଭ ଚିହ୍ନଟ, ୨୨ରୁ ଭଲ ହେଲେଣି ୧୯

186

ହାଟଡ଼ିହି, ୨୧ । ୬ : ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତରେ ଆଜି ପ୍ରଥମଥର ପାଇଁ ଜଣେ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଆଜି ଆକ୍ରାନ୍ତ ଜଣକ ଶାଳଣିଆଁର ଜଣେ ୩୦ବର୍ଷୀୟ ଯୁବକ ବୋଲି ଜଣାପଡିଛି । ସରକାରୀ ଭାବେ ଯଦିଓ ଘୋଷଣା ହୋଇନାହିଁ । କିନ୍ତୁ ଏହି ଯୁବକଙ୍କ ସ୍ୱାବ ରିପୋର୍ଟ ପଜେଟିଭ ଆସିବାପରେ ଶାଳଣିଆଁ ସରପଞ୍ଚଙ୍କ ଉପସ୍ଥିତିରେ ତାଙ୍କୁ କୋଭିଡ ହସପିଟାଲକୁ ନିଆଯାଇଛି । ଏହି ଯୁବକ ଜଣକ ଗତ ୧୫ତାରିଖରେ ଦିଲ୍ଲୀର ଗୁରୁଗାଓଁରୁ ଫେରି କ୍ୱାରେଣ୍ଟାଇନରେ ଥିଲେ । ଗତ ତିନିଦିନ ତଳେ ତାଙ୍କର କରୋନା ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଆଜି ପଜେଟିଭ ବାହାରିବା ପରେ ତାଙ୍କୁ କୋଭିଡ ହସପିଟାଲକୁ ନିଆଯାଇଛି । ହାଟଡିହି ବ୍ଲକରେ ଆଜି ସୁଧା ୨୨ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିବାବେଳେ ୧୯ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଧା ୩ଜଣ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.