Home ଓଡ଼ିଶା ମହାପ୍ରଭୁଙ୍କର ଘୋଷଯାତ୍ରାକୁ ନେଇ ଏବେବି ଦ୍ୱନ୍ଦ୍ୱ ଜାରି ରହିଛି

ମହାପ୍ରଭୁଙ୍କର ଘୋଷଯାତ୍ରାକୁ ନେଇ ଏବେବି ଦ୍ୱନ୍ଦ୍ୱ ଜାରି ରହିଛି

131

ପୁରୀ, ୨୧/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଦେଶର ସବୋର୍ଚ୍ଚ ନ୍ୟାୟାଳୟ ମହାପ୍ରଭୁ ଙ୍କର ଘୋଷଯାତ୍ରା ବନ୍ଦ ପାଇଁ ନିର୍ଦେଶ ଦେବା ପରେ କିପରି ବିକଳ୍ପ ରଥଯାତ୍ରା କରାଯିବ ସେ ସଂପର୍କରେ ଛତିଶା ନିଯୋଗ ବୈଠକ ଓ ଶ୍ରୀ ମନ୍ଦିର ପରିଚାଳନା କମିଟି ର ବୈଠକ ଶ୍ରୀ ମନ୍ଦିର ପରିଚାଳନା କମିଟି ର ଅଧ୍ୟକ୍ଷ ତଥା ଗଜପତି ମହାରାଜ୍ ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ରଥଯାତ୍ରା ସଂପର୍କରେ ଛତିଶା ନିଯୋଗ ସେବାୟତ ଙ୍କ ସହ ଆଲୋଚନା କରି ସେମାନଙ୍କ ର ମତ ନିଆଯାଇଥିଲା। ଗତକାଲି ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜ୍ ଗଣମାଧ୍ୟମ କୁ ସୂଚନା ଦେଇ କହିଥିଲେ ଯେ, ରାଜ୍ୟ ସରକାର ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ନିକଟରେ ସଂପୂର୍ଣ୍ଣ ତଥ୍ୟ ଉପସ୍ଥାପିତ କରିପାରିନଥିଲେ। ପୂର୍ବରୁ ଅନୁଷ୍ଠିତ ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକରେ ଗ୍ରହଣ କରାଯାଇଥିବା ସଂପୂର୍ଣ୍ଣ ତଥ୍ୟ କୁ ମଧ୍ୟ ଦିଆଯାଇନଥିଲା। ସଂପୂର୍ଣ୍ଣ ଶାସ୍ତ୍ର ଓ ବିଧି ମତ ତଥ୍ୟ ଅନୁଯାୟୀ ଗଜପତି ମହାରାଜ୍ ରଥଯାତ୍ରା କରାଇବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ପତ୍ର ଦେଇଛନ୍ତି। ସୁପ୍ରିମ କୋର୍ଟ ରେ ରିଟ୍ ପିଟିସନ ଦାଖଲ ହେବା ପରେ ରଥଯାତ୍ରା ହେବା ନେଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଆଶା ସଂଚାର ହୋଇଛି। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ରିଟ୍ ପିଟିସନ ଗୁଡିକୁ ଆସନ୍ତା କାଲି ଦିନ ୧୧ ଟାରେ ସିଙ୍ଗିଲ୍ ବେଂଚ ରେ ଶୁଣାଣି କରିବେ ବୋଲି ସମୟ ଧାର୍ଯ୍ୟ ହୋଇଛି। ରଥଯାତ୍ରା କରିବା ନେଇ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତ ଅନାଇ ବସିଛନ୍ତି। ମହାପ୍ରଭୁ ଙ୍କର ଏହି ଘୋଷଯାତ୍ରା ଯେପରି ହେଲେ କରାଯାଉ ବୋଲି ସେମାନେ କହିଛନ୍ତି। ରଥନିର୍ମାଣ କାର୍ଯ୍ୟ ମଧ୍ୟ ଅନ୍ତିମ ପର୍ଯ୍ୟାୟରେ ପହଂଚିଚି। କେବଳ ୩ ଟି ରଥର କନା ପଡିବାର ବାକି ରହିଛି। ବର୍ତମାନ ରଥ ପଥ ସବୁ ପ୍ରସ୍ତୁତ ଅପେକ୍ଷା କେବଳ ମାନ୍ୟବର କୋଟ ଙ୍କ ନିର୍ଦେଶ କୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.