Home କେନ୍ଦୁଝର ଶାଳଣିଆଁକୁ ବସ୍ ସେବା ବନ୍ଦ, ଲୋକେ ହିନସ୍ଥା

ଶାଳଣିଆଁକୁ ବସ୍ ସେବା ବନ୍ଦ, ଲୋକେ ହିନସ୍ଥା

67

ହାଟଡିହି, ୧୦ /୧୦- (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକର ଶାଳଣିଆଁ ଅଞ୍ଚଳକୁ ଗତ ମାର୍ଚ୍ଚ ମାସଠାରୁ ବସ ସେବା ବନ୍ଦ ହୋଇଯାଇଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁର୍ବରୁ ଏହି ଅଞ୍ଚଳରୁ କେନ୍ଦୁଝର, ଭୁବନେଶ୍ୱର, ଆନନ୍ଦପୁର, ଭଦ୍ରକ ଆଦି ସ୍ଥାନକୁ ୪ଗୋଟି ବସ ଯାତାୟତ କାରୁଥିବାବେଳେ ବର୍ତ୍ତମାନ ଗୋଟିଏ ବି ବସ୍ ଯାତାୟତ କରୁନାହିଁ । କରୋନା କଟକଣା ଯୋଗୁଁ ସମଗ୍ର ରାଜ୍ୟରେ ବସସେବା ବନ୍ଦ ହୋଇଯିବା ପରେ ତିନିମାସ ହେଲା ସବୁ ଅଞ୍ଚଳକୁ ବସ ଚଳାଚଳ ଆରମ୍ଭ କରିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଶାଳଣିଆଁ ଅଞ୍ଚଳକୁ ବସ ଚଳାଚଳ ବନ୍ଦ ରହିଛି । ଫଳରେ ଗେଡମା, ହାବଳେଶ୍ୱର, ଆଇତିପୁର, ଶାଳଣିଆଁ, କଳିଗାଁ, ଅଁରା, ଷଡଙ୍ଗ ଆଦି ପଞ୍ଚାୟତର ଲୋକମାନେ ଜିଲ୍ଲା ମୁଖ୍ୟାଳୟ ସହିତ କଟକ ଭୁବନେଶ୍ୱର ଯିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟରେ ଦୁର ଦୁରାନ୍ତରେ ଥିବା ନିଜ ନିଜ ବନ୍ଧୁବାନ୍ଧବ ଘରକୁ ଯିବା ଆସିବା କରିବାରେ ଗରିବ ଲୋକମାନେ ଅସୁବିଧା ଭୋଗ କରୁଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ବସ ଚଳାଚଳ ସ୍ୱାଭାବିକ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.