Home ଓଡ଼ିଶା ଶାମିଙ୍କ ଘରେ ପୋଲିସ

ଶାମିଙ୍କ ଘରେ ପୋଲିସ

485

ନୂଆଦିଲ୍ଲୀ,୦୨/୦୯,(ଓଡ଼ିଆ ପୁଅ ପି ନାଏକ): ପୁଣି ଅଡୁଆରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ପେସ୍‌ ବୋଲର୍‌ ମହମ୍ମଦ ସାମି । ସାମି ଓ ତାଙ୍କ ଭାଇଙ୍କ ନାଁରେ ଓ୍ଵାରେଣ୍ଟ ଜାରି ହୋଇଛି । ଘରୋଇ ହିଂସା ଅଭିଯୋଗ ଆଣିଥିଲେ ସାମିଙ୍କ ପତ୍ନୀ ହସିନ୍‌ ଜାହାଁ । ଏହି ଅଭିଯୋଗ ଅନୁଯାୟୀ ପଶ୍ଚିମବଙ୍ଗର ଆଲିପୁର ସ୍ଥିତ କୋର୍ଟ ସାମି ଏବଂ ତାଙ୍କ ଭାଇ ହାସିଦ ଅହମଦଙ୍କ ନାଁରେ ଏହି ଓ୍ଵାରେଣ୍ଟ ଜାରି କରିଛନ୍ତି । ୧୫ ଦିନ ଭିତରେ କୋର୍ଟରେ ଆସି ଆତ୍ମସମର୍ପଣ ନକଲେ ସେମାନଙ୍କୁ ଗିରଫ କରାଯିବ ବୋଲି ନିର୍ଦ୍ଦେଶ ରହିଛି । ତେବେ ସାମି ଏବେ ଭାରତୀୟ ଦଳ ସହିତ େଓ୍ଵଷ୍ଟଇଣ୍ଡିଜ୍‌ରେ ଟେଷ୍ଟ ସିରିଜ୍‌ ଖେଳୁଛନ୍ତି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.