Home ଜିଲ୍ଲା ପରିକ୍ରମା ଶହୀଦ୍ ଭଗତ ସେନା ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ ଉତ୍ସବ

ଶହୀଦ୍ ଭଗତ ସେନା ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ ଉତ୍ସବ

56

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶହୀଦ୍ ଭଗତ ସିଂଙ୍କ ୧୧୩ ତମ ଜୟନ୍ତୀ ଅବସରରେ ଭଦ୍ରକ ଜିଲ୍ଲାର ଅଗ୍ରଣୀ ଯୁବ ସାମାଜିକ ସଂଗଠନ ଶହୀଦ୍ ଭଗତ ସେନା ପକ୍ଷରୁ ଚରମ୍ପା ସ୍ଥିତ ମହାରାଜ ଅଗ୍ରସେନ ଭବନ ଠାରେ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସଂଗଠନ ପକ୍ଷରୁ ଶହୀଦ୍ ଭଗତ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଡାକ୍ତର ମୁରଲୀଧର ପାଢୀ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ସେନିକ ସଂଘର ସଭାପତି ତଥା ବରିଷ୍ଠ ଆଇନଜୀବୀ ମନୋଜ ରାୟ ଏବଂ ଶହୀଦ୍ ଭଗତ ସେନାର ଆବାହକ ସୀତାଂଶୁ ଶେଖର ମହାପାତ୍ର ଯୋଗ ଦେଇ ଭଗତ୍ ସିଂଙ୍କୁ ରାଷ୍ଟ୍ରପୁତ୍ରର ଆଖ୍ୟା ପ୍ରଦାନ କରି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କରୋନା ମହାମାରୀ ସମୟରେ ଲୋକଙ୍କୁ ସେବା ଯୋଗାଇବା, ପରୋପକାର, ତଥା କର୍ତ୍ତବ୍ୟନିଷ୍ଠା ନିମନ୍ତେ ଡାକ୍ତର ରବି ନାରାୟଣ ଖୁଣ୍ଟିଆ, ଡାକ୍ତର ଦୀପକ ଜେନା, ଡାକ୍ତର ବିମଳା ମିଶ୍ର, ଫାର୍ମାସିଷ୍ଟ ଅଶ୍ୱିନୀ ପାଢୀ, ସାମ୍ବାଦକି ପାର୍ଥସାରଥି ନାୟକ, ଶଶୀଭୂଷଣ ସ୍ୱାମୀ, ଶହୀଦ୍ ଭଗତ ସେନାର ଯୁବ କାର୍ଯ୍ୟକର୍ତ୍ତା ତପନ ପ୍ରଧାନ, ମାନସ ଜେନା, ରାଜେଶ କୁମାର ଦାସ, ରାଜେନ୍ଦ୍ର କୁମାର ପାତ୍ର, ହର୍ଦ୍ଦୁଲ ହୁଦା ଖାନ୍ ପ୍ରମୁଖଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ୧୦୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଶେଷରେ ପଦ୍ମନାଭ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.