Home ଓଡ଼ିଶା ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ରଣପୁର ଜଗନ୍ନାଥ ମନ୍ଦିରରେ ପୂଜାପାଠ

ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ରଣପୁର ଜଗନ୍ନାଥ ମନ୍ଦିରରେ ପୂଜାପାଠ

130

ରଣପୁର (ଓଡିଆ ପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୬- ରଣପୁର ଶ୍ରୀ ଜଗନ୍ନାଥ ମନ୍ଦିରରେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ପୂଜାପାଠ ଓ ନିତିକାନ୍ତି ଆରମ୍ଭ ହୋଇଥିବା ଜଣାପଡିଛି । ଗତ ଗୁଣ୍ଡିଚା ସମୟରେ ରଣପୁର ଶ୍ରୀ ଜଗନ୍ନାଥ ମନ୍ଦିରରେ ସରକାରଙ୍କ ଲକ୍‌ଡାଉନ୍ କଟକଣା ଯୋଗୁ ଶ୍ରୀ ଗୁଣ୍ଡିଚା ନିତି ହୋଇପାରି ନଥିଲା । ଯାହାକୁ ନେଇ କିଭଳି ପରବର୍ତି ନିତିକାନ୍ତି ହେବ ସେଥିଲାଗି ମନ୍ଦିର ପ୍ରଶାସକ ଓ ସେବାୟତଙ୍କୁ ନେଇ ଏକ ୭ଜଣିଆ କମିଟି ଗଠନ ହୋଇଥିଲା । ସେହି କମିଟି ପୁରୀ ଯାଇ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡିଥିଲେ ।

ପରାମର୍ଶ ଅନୁଯାୟୀ ହେରାପଂଚମି ଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଶ୍ରୀ ମନ୍ଦିରରେ ପ୍ରତେକ ଦିନ ୧୦୮ ବିଷ୍ଣୁ ଶହସ୍ର ନାମ ପାଠ କରାଯିବ । ଗୁଣ୍ଡିଚା ମନ୍ଦିରରେ ମାଜଣା କରାଯିବ  ଏବଂ ୭ଜଣ କୁମାରୀ କନ୍ୟା ଯାହାର ବୟସ ୬ବର୍ଷରୁ ୯ ବର୍ଷ ମଧ୍ୟରେ ହୋଇଥିବ ସେମାନଙ୍କୁ ଭୁରି ଭୋଜନ ସହ ନବ ବସ୍ତ୍ର ଦାନ ଓ ଦକ୍ଷିଣା  ପ୍ରଦାନ କରାଯିବ । ଏବଂ ତା ପରେ ଠାକୁର ପୁରୀରେ ନିଳାଦ୍ରୀ ବିଜେ ଦିନ ରଣପୁର ରେ ନିଳାଦ୍ରୀ ବିଜେ କରାଯିବ । ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ସେବାୟତ ଦେବୋତ୍ତର ମ୍ୟାନେଜର ଓ ଅନ୍ୟାନ ବୁଦ୍ଧିଜିବୀ  ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କର ପରାମର୍ଶ ପାଇଁ ଯାଇଥିଲେ । ରଣପୁର ଶ୍ରୀ ମନ୍ଦିରରେ ତାଙ୍କର ନିର୍ଦ୍ଦେଶ  ଅନୁଯାୟୀ ପୂଜାପାଠ ଓ ନିତିକାନ୍ତି ଆରମ୍ଭ ହୋଇଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.