ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୦୮- ସାଧାରଣତଃ କୋଟି କୋଟି ଟଙ୍କା ବ୍ୟୟ ଅଟକଳ ରେ ଚାଲୁଥିବା ରାସ୍ତା କାମ ଗୁଡିକୁ ନିର୍ଦ୍ଧାରିତ ସମୟରେ କରାଯାଇନଥାଏ । ଯାହାଫଳ ରେ ବ୍ୟୟ ବଢିବା ଯୋଗୁଁ ବାରମ୍ବାର ବ୍ୟୟ ଅଟକଳ କୁ ବୃଦ୍ଧି କରାଯାଇଥାଏ । ଯାହାଫଳ ରେ ଅନେକ ସରକାରୀ ଅର୍ଥ ଅପବ୍ୟୟ ହୋଇଥାଏ । କିନ୍ତୁ ନାବାର୍ଡ ସହାୟତା ରେ ବେଗୁନିଆ ଠାରୁ ଲୋଧାଚୁଆ ପୁର୍ତ୍ତ ରାସ୍ତା ର ଗୁଣ୍ଡୁରିଆ ଛକ ରୁ ଲୋଧାଚୁଆ ପର୍ଯ୍ୟନ୍ତ ୧୦ କିଲୋମିଟର ରାସ୍ତା ୯ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇ କାର୍ଯ୍ୟ ଚାଲୁଅଛି । ଯାହାକି ଗତ ୨୦୨୦ମସିହା ଡିସେମ୍ବର ୨୮ ତାରିଖ ଚୁକ୍ତି ନାମ ଅନୁଯାଇ କାର୍ଯ୍ୟଶଷେ ତାରିଖ ୨୦୨୧ ମସିହା ସେପ୍ଟେମ୍ବର ୨୭ ତାରିଖ ରହିଅଛି ।
ଏହି କାର୍ଯ୍ୟ କୁ ନିର୍ଦ୍ଧାରିତ ସମୟ ଭିତରେ ଶେଷ କରିବାକୁ ନୟାଗଡ ପୁର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ଧର୍ , ସହକାରୀ ଯନ୍ତ୍ରୀ ଅଜାତ ଶତୃ ସାହୁ ଅଗଷ୍ଟ ୭ ତାରିଖ ମଧ୍ୟାନ୍ନ ରେ କାର୍ଯ୍ୟର ମାନ ପରୀକ୍ଷଣ ସହ ଅଭିଯୋଗ ହେଉଥିବା ତାରିଆ ନିକଟ ନଳାପୋଲ ର କାର୍ଯ୍ୟ ତଦାରଖ କରି କାର୍ଯ୍ୟନିର୍ବାହୀ ଠିକାଦାର ଦେବଦେବ ପତିଙ୍କୁ ତାଗିଦ୍ କରିଥିବା ଜଣାପଡିଛି । ଏହି ରାସ୍ତା କାମ କୁ ନିର୍ଦ୍ଧାରିତ ସମୟ ସୀମା ଭିତରେ କରାଇ ନେବାପାଇଁ ରଣପୁର ପୁର୍ତ୍ତ ବିଭାଗ କାର୍ଯ୍ୟନିର୍ବାହୀ ସହକାରୀ ଯନ୍ତ୍ରୀ ଦୟାନିଧି ରାୟଗୁରୁ ଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।