Home ଓଡ଼ିଶା ଭାଇ ପାଲଟିଲା ଭାଇର ଶତୃ ଏବେ ଜେଲ୍ ହାଜତ ରେ

ଭାଇ ପାଲଟିଲା ଭାଇର ଶତୃ ଏବେ ଜେଲ୍ ହାଜତ ରେ

157

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୦୮- ଦିନ କୁ ଦିନ ଭାଇଚାରା ର ସର୍ମ୍ପକ ଲୋପ ହେବାକୁ ବସିଛି । ଭାଇ ରକ୍ତ ର ଭାଇ କୁ ଜୀବନରେ ମାରିଦେବା ପାଇଁ ଉଦ୍ୟମ କରୁଛି । ରକ୍ତର ସର୍ମ୍ପକ ରେ ଫାଟ ସୃଷ୍ଟି ହେଉଛି । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ସୁଆଁଙ୍ଗ ଗ୍ରାମରେ । ଜମି ବିକ୍ରୟ କୁ କେନ୍ଦ୍ର କରି ନକୁଳ ନାୟକ ଙ୍କୁ ଭାଇ ଗୋକୁଳ ନାୟକ ଧାରୁଆ ଅସ୍ତ୍ରରେ ମାରିଦେବା ପାଇଁ ଚୋଟ ପରେ ଚୋଟ ମାରି ଚାଲିଥିଲା । ଉପସ୍ଥିତ ଲୋକମାନେ ନକୁଳ କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଭୂବନେଶ୍ୱର ସରକାରୀ ଏମସ୍‌  ଡାକ୍ତରଖାନା କୁ ନେଇ ଚିକିତ୍ସା କରାଇଥିଲେ ।

ଅର୍ଥର ଅଭାବରୁ ଚିକିତ୍ସିତ ଅବସ୍ଥାରେ ନକୁଳ ନାୟକ କୁ ଘରକୁ ଆଣିଥିଲେ । ପୁର୍ନବାର ଭାଇ ଗୋକୁଳ ନାୟକ ନକୁଳ ନାୟକ କୁ ଜୀବନରେ  ମାରିଦେବା ପାଇଁ ଘୁରି ବୁଲୁଥିଲେ । ଚାନ୍ଦପୁର ଥାନା ରେ ଖବର ପହଞ୍ଚିବା ପରେ ନିରୀକ୍ଷକ ରଶ୍ମୀ ରଞ୍ଜନ ଦାଶ ସଦଳବଳେ ଆକ୍ରମଣକାରୀ ଗୋକୁଳ ନାୟକ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଜାମିନ୍ ନାମଞ୍ଜୁର ହେବାରୁ ଅଭିଯୁକ୍ତ କୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଛି ।  ଘଟଣାରୁ ପ୍ରକାଶ ଜନୈକ ଜମି ମାଫିଆ କୁ ଜମି ବିକ୍ରୟ କରିବା ପାଇଁ ଗୋକୁଳ ନାୟକ ଟଙ୍କା ନେଇଥିଲେ । ଜମି ଦୁଇ ଭାଇ ଙ୍କ ନାମରେ ଥିବାରୁ ନକୁଳ ନାୟକ ଜମି ରେଜେଷ୍ଟ୍ରି ରେ ସହଯୋଗ କରିବେ ନାହିଁ ବୋଲି କହିବା ରୁ ଏଭଳି ଭାଇ ଭାଇ ର ଶତୃ ହୋଇ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.