Home ଅପରାଧ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣା; ୬ଜଣ ଗୁରୁତରଓ ୪୦ ଆହତ

ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣା; ୬ଜଣ ଗୁରୁତରଓ ୪୦ ଆହତ

248

ଭୁବନେଶ୍ୱର ୧୬ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଭୁବନେଶ୍ୱର-ମୁମ୍ବଇ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଆଜି ପ୍ରବଳ କୁହୁଡି ଯୋଗୁ କଟକ ନିକଟବର୍ତ୍ତି ନିର୍ଗୁଣ୍ଡି-ଟାଙ୍ଗୀ ଷ୍ଟେସନ ଠାରେ ଏକ ମାଲ ଗାଡି ସହ ଦୁର୍ଘଟଣା ହୋଇଥିବା ଖବର ମିଳିଛିା ଦୁର୍ଘଟଣାରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରୁ ୪୦ଜଣ ଆହତ ହେବା ସହ ୬ ଜଣ ଯାତ୍ରୀ ଗୁରୁତର ହେବା ସୁଚନା ମିଳିଛି ।  ୬ଜଣ ଗୁରୁତର ଯାତ୍ରୀଙ୍କୁ କଟକ ଏସ.ସି.ବି.ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

 

ଆଜି ସକାଳ ପ୍ରାୟ ୬: ୩୦ ସମୟରେ ଟାଙ୍ଗୀ ଅଞ୍ଚଳର ନିର୍ଗୁଣ୍ଡି ଷ୍ଟେସନ୍ ପୂର୍ବରୁ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସ୍‍ପ୍ରେସ୍ (ଟ୍ରେନ୍ ନମ୍ବର ୧୨୮୭୯) ଏକ ମାଲ ଗାଡି ଯୋଗୁ ଲାଇନ୍‌ଚ୍ୟୁତ ହୋଇଛି । ଏଥିରେ ୬ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି ୪୦ ଜଣ ଆହତ ହୋଇଛନ୍ତି ।।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.