Home ଅପରାଧ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣା; ଉଦ୍ଧାର କାର୍ଯ୍ୟ ଜାରି

ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣା; ଉଦ୍ଧାର କାର୍ଯ୍ୟ ଜାରି

156

ଭୁବନେଶ୍ୱର ୧୬ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ସକାଳ ପ୍ରାୟ ୬: ୩୦ ସମୟରେ ଟାଙ୍ଗୀ ଅଞ୍ଚଳର ନିର୍ଗୁଣ୍ଡି ଷ୍ଟେସନ୍ ପୂର୍ବରୁ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସ୍‍ପ୍ରେସ୍ (ଟ୍ରେନ୍ ନମ୍ବର ୧୨୮୭୯) ମାଲ ଗାଡି ସହ ଦୁର୍ଘଟଣାରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୌଣସି ଯାତ୍ରୀଙ୍କ ମୃତ୍ୟୁ ହୋଇ ନଥିବା ରେଲୱେ କର୍ତ୍ତୃପକ୍ଷଙ୍କ ସୂଚନାଦେଇଥିବା ବେଳେ ସହାୟତା ପାଇଁ ହେଲ୍ପ ଲାଇନ ନମ୍ବର ଜାରି କଲା ରେଳ ବିଭାଗ, ହେଲ୍ପ ଲାଇନ ନମ୍ବର- ୦୬୭୧୧୦୭୨, ୦୬୭୪୧୦୭୨

 

ସୁଚନା ଯୋଗ୍ୟ-ଭୁବନେଶ୍ୱର-ମୁମ୍ବଇ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଆଜି ପ୍ରବଳ କୁହୁଡି ଯୋଗୁ କଟକ ନିକଟବର୍ତ୍ତି ନିର୍ଗୁଣ୍ଡି-ଟାଙ୍ଗୀ ଷ୍ଟେସନ ଠାରେ ଏକ ମାଲ ଗାଡି ସହ ଦୁର୍ଘଟଣା ହୋଇଥିବା ଖବର ମିଳିଛିା ଦୁର୍ଘଟଣାରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରୁ ୪୦ଜଣ ଆହତ ହେବା ସହ ୬ ଜଣ ଯାତ୍ରୀ ଗୁରୁତର ହେବା ସୁଚନା ମିଳିଛି ।  ୬ଜଣ ଗୁରୁତର ଯାତ୍ରୀଙ୍କୁ କଟକ ଏସ.ସି.ବି.ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.