Home ଓଡ଼ିଶା ଲୋକସେବା ଭବନରୁ ରଥଯାତ୍ରାର ସିଧାପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ

ଲୋକସେବା ଭବନରୁ ରଥଯାତ୍ରାର ସିଧାପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ

82

ଭୁବନେଶ୍ୱର ୨୩-୬ (ଓଡ଼ିଆ ପୁଅ): କାଳିଆର ଇଚ୍ଛାରେ ସୁପ୍ରୀମ କୋର୍ଟଙ୍କ ରାୟ ଆସିବା ପରେ ବଡ଼ଦାଣ୍ଡରେ କରୋନା କଟକଣାରେ ବିନା ଭକ୍ତରେ ରଥଯାତ୍ରା ହୋଇଛି। କେବଳ ସେବାୟତ ଓ ପୋଲିସ କର୍ମଚାରୀ ରଥ ଟାଣିଛନ୍ତି। ଏହା ମଧ୍ୟରେ ଲୋକ ସେବା ଭବନରୁ ରଥଯାତ୍ରାର ସିଧାପ୍ରସାରଣ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏ ନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି, ‘ରଥରେ ମହାପ୍ରଭୁଙ୍କୁ ଦେଖି ମନ ବିଭୋର ହୋଇଯାଉଛି। ରଥାରୁଢ ମହାପ୍ରଭୁଙ୍କ ଅପୂର୍ବ ଶୋଭା ହୃଦୟକୁ ଭକ୍ତି ଭାବରେ ରସାଣିତ କରି ଦେଉଛି। ମହାପ୍ରଭୁ ଆମ ସମସ୍ତଙ୍କର ଗୁହାରୀ ଶୁଣିବେ। ଏ କଠିନ ସମୟ ଶୀଘ୍ର ଦୂର ହେବ ଏବଂ ସମସ୍ତଙ୍କ କଲ୍ୟାଣ ହେବ। ସବୁ ତାଙ୍କରି ଇଚ୍ଛା।’
ଜୟଜଗନ୍ନାଥ।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.