Home ଅପରାଧ ଲୁଟେରାକୁ ଧରି ପୁଲିସ ଜିମା ଦଲେ ଲୋକେ

ଲୁଟେରାକୁ ଧରି ପୁଲିସ ଜିମା ଦଲେ ଲୋକେ

301

ହାଟଡିହି ୧୨ । ୯ : (ଓଡିଆପୁଅ)ଏବେ ଗତ କିଛିଦିନ ଧରି ଲୁଟେରାମାନେ ସକ୍ରୀୟ ହୋଇ ଉଠିଛନ୍ତି । ପୁଲିସ ସେମାନଙ୍କ ସମ୍ବନ୍ଧରେ କୌଣସି ସାମାନ୍ୟତମ ସୁରାକ ପାଇପାରୁ ନଥିବାରୁ ଦିନକୁ ଦିନ ଲୁଟ ଘଟଣାମାନ ବଢ଼ିବାରେ ଲାଗିଛି । ଲୁଟେରାମାନେ ବ୍ୟାଙ୍କକୁ ଯିବା ଆସିବା କରୁଥିବା ଲୋକଙ୍କ ଠାରୁ ଟଙ୍କା ଲୁଟକରି କରି ଖସିଯିବାରେ ସକ୍ଷମ ହେଉôତବାବେଳେ ଆଜି ଦୁଇଣ ଲୁଟେରା ଲୋକଙ୍କ ହାତରେ ଧରାପଡି ନିସ୍ତୁକ ମାଡ ଖାଇବା ଓ ପରେ ପୁଲିସକୁ ହସ୍ତାନ୍ତର କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଖବରରୁ ଜଣାଯାଇଛି ଯେ ଆପଣ୍ଡା ଗ୍ରାମର ଜଣେ ବ୍ୟକ୍ତି ଗତ କିଛିବର୍ଷ ହେଲା ଛେନାପଦିଛକ କେନ୍ଦ୍ର ସମବାୟ ବ୍ୟାଙ୍କର ବିଭିନ୍ନ ଜମାଟଙ୍କା ସଂଗ୍ରହ କରି ଜମା କରିଥାନ୍ତି । ସେ ଆଜି ଦିନ ୧୦ଟାବେଳେ ବସନ୍ତିଆ ବଜାରରେ କିଛି ବ୍ୟବସାୟୀଙ୍କ ଠାରୁ ଟଙ୍କା ସଂଗ୍ରହ କରି ଆସୁଥିବାବେଳେ ଦୁଇଜଣ ବ୍ୟକ୍ତି ପଲସର ବାଇକରେ ଆସି ତାଙ୍କ ଟଙ୍କା ବ୍ୟାଗକୁ ଛଡାଇନେଇ ଦ୍ରୁତଗତିରେ ପଳାଇଥିଲେ । ତାଙ୍କ ପାଟିଶୁଣି କିଛି ଯୁବକ ଉକ୍ତ ଦୁଇ ପଲସର ଆରୋହୀଙ୍କ ପିଛା କରିଥିଲେ । ସେମାନେ ଦ୍ରୁତଗତିରେ ମଞ୍ଜୁରୀରୋଡ ରାସ୍ତାରେ ପଳାଉଥିବା ସମୟରେ ଭଦ୍ରକ ଜିଲ୍ଲା ଶଙ୍ଖୁଳା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ପଡିଯିବାପରେ ଲୋକମାନେ ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଉକ୍ତ ଯୁବକ ମାନଙ୍କ ଘର ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ବୋଲି କହୁଥିବାବେଳେ ଜଣେ ରାଜୁ ଓ ଅନ୍ୟଜଣେ ମାଧବ ବୋଲି ସେମାନଙ୍କ ପରିଚୟ କହୁଥିଲେ । ଲୋକମାନେ ଭଲକରି ଉତ୍ତମ ମଧ୍ୟମ ଦେବା ସହିତ ତାଙ୍କ ନିକଟରୁ ଲୁଟ ୩୧ହଜାର ଟଙ୍କାକୁ ଉଦ୍ଧାରକରି ସଂପୃକ୍ତ ବ୍ୟକ୍ତିଙ୍କୁ ଫେରସ୍ତ କରିଥିଲେ । ପରେ ସ୍ଥାନୀୟ ପୁଲିସ ପହଞ୍ଚିବାପରେ ଲୋକମାନେ ବାଇକ ସହିତ ଲୁଟେରାମାନଙ୍କୁ ପୁଲିସକୁ ହସ୍ତାନ୍ତର କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.