Home କେନ୍ଦୁଝର ରାସ୍ତାକାମକୁ ନେଇ ଭାତକରୁଆରେ ଉତ୍ତେଜନା,

ରାସ୍ତାକାମକୁ ନେଇ ଭାତକରୁଆରେ ଉତ୍ତେଜନା,

201

ହାଟଡିହି ୧୨ । ୯ : ରାସ୍ତା ନିର୍ମାଣକୁ କେନ୍ଦ୍ରକରି ଭାତକରୁଆ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ସହ ଗୋଷ୍ଠୀ ସଂଘର୍ଷ ଘଟିଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ବଞ୍ଚୋଛକ ଠାରୁ ଗୋପାଳପୁର ରାସ୍ତା ଭାୟା ଭାତକରୁଆ ଦେଇ ଆର.ଡି ବିଭାଗର ଏକ ରାସ୍ତା କାମ ଚାଲୁଛି । କିନ୍ତୁ ଏହାର ନିର୍ମାଣ ଶୈଳୀକୁ ନେଇ ଗ୍ରାମର କିଛି ବ୍ୟକ୍ତି ବିରୋଧ କରିବା ସହିତ ରାସ୍ତା ନିର୍ମାଣ ହେଲେ ସେମାନଙ୍କ ଘରେ ପାଣି ପସିଯିବ ବୋଲି କହି ଏହାକୁ ବିରୋଧ କରି ଆସୁଛନ୍ତି । ଯାହାକୁ ନେଇ ଗତ କିଛିମାସ ଧରି କାମ ବନ୍ଦ ହୋଇଥିଲା । କିନ୍ତୁ ପୁନର୍ବାର କାମ ଆରମ୍ଭ ହେବାପରେ ଗ୍ରାବାସୀମାନେ ଏହାର ବିରୋଧ କରିବା ସହିତ କନିଷ୍ଠଯନ୍ତ୍ରୀଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ । କିନ୍ତୁ ଆଜି ସକାଳୁ ଏହାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହେବାସହ ହାତାହାତି ହୋଇଥିବା ନେଇ ଅଭିଯୋଗ ହୋଇଛି । କନିଷ୍ଠଯନ୍ତ୍ରୀଙ୍କ ପରିବାର ଲୋକେମାନେ ହାରମଣୀ ଜେନାଙ୍କ ପରିବାର ଲୋକଙ୍କ ଉପରେ ଆକ୍ରମଣ କରିଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଏହାକୁନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.