Home କେନ୍ଦ୍ରାପଡ଼ା ଲୁଟିଆକୁ କାବୁ କରି ପୋଲିକୁ ହସ୍ତାନ୍ତର କଲେ ଦମ୍ପତ୍ତି

ଲୁଟିଆକୁ କାବୁ କରି ପୋଲିକୁ ହସ୍ତାନ୍ତର କଲେ ଦମ୍ପତ୍ତି

31

କେନ୍ଦ୍ରାପଡ଼ା ୩୦ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆ ମହାନ୍ତି ସାହିରେ ରହୁଥିବା ଆଇନ୍‌ଜୀବୀ ଭାରତ ଭୂଷଣ ପଟ୍ଟନାୟକ ଓ ତାଙ୍କ ପତ୍ନୀ ଶିକ୍ଷୟିତ୍ରୀ ଚାରୁବାଳା ପଟ୍ଟନାୟକ ଜଣେ ଲୁଟେରାକୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ଲୁଟିଆ ଜଣକ ହେଉଛି କେନ୍ଦୁଝର ଆନନ୍ଦପୁରର ମୋହିତ ମହାରଣା। ଲୁଟିଆକୁ କାବୁ କରିଥିବା ଏହି ସାହାସୀ ଦମ୍ପତ୍ତିଙ୍କୁ ନେଇ କେନ୍ଦ୍ରାପଡ଼ାରେ ବେଶ ଚର୍ଚ୍ଚା ହୋଇଛି। ସୂଚନା ଯୋଗ୍ୟ ଯେ କେନ୍ଦୁଝର ଆନନ୍ଦପୁରର ଜଣେ ମୂଲିଆ ମୋହିତ ମହାରଣା ଭାରତଙ୍କ ଘର ନିକଟରେ ରହୁଥିଲେ। ସେ ଚାରୁବାଳା ଓ ତାଙ୍କ ସ୍ୱାମୀ ଭାରତଙ୍କୁ ହାଣି ଘରୁ ସୁନା ଗହଣା ଓ ଟଙ୍କା ଲୁଟିବା ପାଇଁ ଯୋଜନା କରିଥିଲା। ଫଳରେ ସନ୍ଧ୍ୟାରେ ତାଙ୍କ ଘରେ ପଶି ଠାକୁର ଘରେ ଲୁଚି ରହିଥିଲା। ରାତି ପାଖାପାଖି ୧୨ଟା ହେବ ଲୁଟିଆ ଜଣକ ସେଠାରୁ ବାହାରି ଭାରତଙ୍କ ମୁହଁରେ ତକିଆ ପକାଇ ମାଡି ବସିଥିଲା। ହଠାତ ଭାରତ ଅଣ ନିଶ୍ୱାସୀ ହୋଇ ନିଦରୁ ଉଠିପଡିଥିଲେ। ଘର ଅନ୍ଧାର ଥିଲା। ଏହି ସମୟରେ ଲୁଟିଆଙ୍କ ସହ ତାଙ୍କର ଧସ୍ତାଧସ୍ତ ହୋଇଥିଲା। ଲୁଟିଆ ଏକ ଛୁରୀ ବାହାର କରି ଭାରତଙ୍କ ଉପରକୁ ଆକ୍ରମଣ କରିଥିଲା। ଫଳରେ ଭାରତ ଆହତ ହୋଇଥିଲେ। ତଥାପି ଭାରତ ତାଙ୍କୁ ଛାଡି ନଥିଲେ। ତାଙ୍କ ସହ ଭାରତ ଓ ତାଙ୍କ ପତ୍ନୀଙ୍କ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ଲୁଟିଆ ପୂର୍ବରୁ ଲୁଚାଇ ରଖିଥିବା ଛୁରୀରେ ଦମ୍ପତ୍ତିଙ୍କୁ ୍ରଆକ୍ରମଣ କରିଥିଲା। ଭାରତଙ୍କ ହାତରେ ଏକ ଚୋଟ ବସିଥିଲା। ତଥାପି ଉଭୟ ଦମ୍ପତ୍ତି ତାଙ୍କୁ ପ୍ରତି ଆକ୍ରମଣ କରିଥିଲେ। ଏହି ସମୟରେ ଲୁଟିଆ ଅନ୍ୟ ଏକ ଘରକୁ ପଶି ଯାଇଥିଲା। ଫଳରେ ଦମ୍ପତ୍ତି ବାହାରୁ କବାଟ ଦେଇ ଦେଇଥିଲେ। ଏହାପରେ ସ୍ଥାନୀୟ ଲୋକ ଓ ପୁଲିସକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକେ ଓ ପୁଲିସ ପହଞ୍ଚିବା ପରେ ଘର ଖୋଲା ଯାଇ ଲୁଟିଆକୁ କାବୁ କରାଯାଇଥିଲା। ଏହି ସମୟରେ ଲୋକେ ଲୁଟିଆକୁ ଉତ୍ତମ ମଧ୍ୟମ ଦେଇଥିଲେ। ପୁଲିସ ଏକ ମାମଲା ନଂ. ୫୩୮/୨୦୨୧ ରୁଜୁ କରି ଘଟଣାର ଅନୁସନ୍ଧାନ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.