Home ଜିଲ୍ଲା ପରିକ୍ରମା ଲିଙ୍ଗିପୁର ଗ୍ରାମ ପଂଚାୟତର ଅଧିକାଂଶ ରାସ୍ତା ମରଣଯନ୍ତା : ଲୋକେ ଭୋଗୁଛନ୍ତି ଯମ ଯନ୍ତ୍ରଣା, ଗ୍ରାମ୍ୟ...

ଲିଙ୍ଗିପୁର ଗ୍ରାମ ପଂଚାୟତର ଅଧିକାଂଶ ରାସ୍ତା ମରଣଯନ୍ତା : ଲୋକେ ଭୋଗୁଛନ୍ତି ଯମ ଯନ୍ତ୍ରଣା, ଗ୍ରାମ୍ୟ ଉନ୍ନୟନ ବିଭାଗର ଚେତା ପଶିବ କେବେ?

75

– ରାସ୍ତାସାରା ଖାଲ ଢିପ, ଦୁର୍ଘଟଣାରେ ବହୁ ଲୋକ ଆହତ ହେଲେଣି

ଭୁବନେଶ୍ୱର ୨୧-୮ (ଓଡ଼ିଆ ପୁଅ) : ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ପଂଚାୟତ ଅଫିସ ଠାରୁ ମାତ୍ର ୧୦୦ ମିଟର ଭିତରେ ଅଧିକାଂଶ ରାସ୍ତା ଅବସ୍ଥା ଶୋଚନୀୟ। ରାସ୍ତାଗୁଡିକ ତିଆରି ହେବା ପରେ ମରାମତି ପାଇଁ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ସେତିକି ଯତ୍ନବାନ ନୁହେଁ, ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ଅବସ୍ଥାର ସୁଧାର ଆସୁନି। ଏତେ ଗୁଡିଏ ଅର୍ଥ ଖର୍ଚ୍ଚ ହେବା ସତ୍ୱେ ରାସ୍ତା ମରାମତି ଠିକ ଭାବରେ ହୋଇପାରୁନି। ଏହାର ନଗ୍ନ ଉଦାହରଣ ହେଉଛି ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ପଂଚାୟତ ଅଧିନସ୍ଥ ଜନନୀ ହସ୍‌ପିଟାଲ୍ ସମ୍ମୁଖ ରୋଡ ତାହା ଖୋଳି ହୋଇ ବିପଦ ସଂକଳ ଅବସ୍ଥାରେ ଅଛି। ଖାଲ, ଢିପ ଭର୍ତ୍ତି। ପ୍ରତ୍ୟେକ ଦିନ ହସ୍‌ପିଟାଲକୁ ଆସୁଥିବା ଆମ୍ବୁଲାନ୍ସ ଏବଂ ସାଧାରଣ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନର କର୍ଣ୍ଣାପତ କରୁନାହିଁ। ଗାଙ୍ଗୋତ୍ରୀ ନଗର ଲେନ ନଂ-୩। ଏହି ରାସ୍ତା ମରଣ ଯନ୍ତା ଅଟେ। ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ କୁହନ୍ତି ମରାମତି ହେବ। ନିର୍ବାହୀ ଯନ୍ତ୍ରୀ, ସହକାର ଯନ୍ତ୍ରୀ ପ୍ରତିଶ୍ରୃତି ଦେବାରେ ହେଳା କରନ୍ତିନି କିନ୍ତୁ କାର୍ଯ୍ୟରେ ଶୂନ। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକମାନେ ଯିବା ଆସିବା କରନ୍ତି। ସମସ୍ତ ସ୍କୁଲ ଓ କଲେଜ ଛାତ୍ର ଏହି ବାଟ ଦେଇ ଯିବା ଆସିବା କରନ୍ତି। ଏହି ରୋଡ ନଂ-୩ଟି ହେଉଛି ମୁଖ୍ୟ ରାସ୍ତା। ଏଠାରେ ଅଧିକାଂଶ ବ୍ୟକ୍ତି ବରିଷ୍ଠ ନାଗରିକ ଅଟନ୍ତି। ସକାଳେ ପ୍ରାତଃ ଭ୍ରମଣରେ ଯିବା ବେଳେ ଚାଲିକି ଯିବା ସମ୍ଭବପର ନୁହେଁ କାରଣ ରାସ୍ତାର ଅବସ୍ଥା ଅବର୍ଣ୍ଣନୀୟ ଅଟେ। ଖାଲ ଖମାରେ ଭରପୁର। ଅଳ୍ପ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି। ରାସ୍ତା ଖୋଜି ବାହାର କରିବା କାଠିକର ପାଠ। ସେହିପରି ଲିଙ୍ଗିପୁର ପଂଚାୟତ ଅଫିସ ଠାରୁ ମାତ୍ର ୨୦ମିଟର ଭିତରେ ଡାକଘର ପଛପଟ ରାସ୍ତା ଅତ୍ୟନ୍ତ ଦୟନୀୟ ଏବଂ ଦୀପତଳ ଅନ୍ଧାର ନ୍ୟାୟାରେ ସାଧାରଣ ଲୋକଙ୍କୁ ହଇରାଣ ହରକତ କରାଯାଉଛି। ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ଏହିଭଳି ଶୋଚନୀୟ ରାସ୍ତା ତାହା ନିଜ ଚକ୍ଷୁରେ ନଦେଖିଳେ ବିଶ୍ୱାସ ହେବ ନାହିଁ। ଯୋଜନା ଅନୁଯାୟୀ ଜାନୁଆରୀରୁ ରାସ୍ତା କାମ ଆରମ୍ଭ ହୋଇ ଜୁନ ମାସ ମଧ୍ୟରେ ସରିବା କଥା କିନ୍ତୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଦୂରଦୃଷ୍ଟି ଅଭାବରୁ ଗାଙ୍ଗୋତ୍ରୀନଗର ବାସୀ ଅସୁବିଧାରେ। ଠିକାଦାରମାନେ ନିମ୍ନଧରଣର କାମ କରିବା ଫଳରେ କାମ ହେବାର କିଛିଦିନ ପରେ ଯଥାପୂର୍ବକ ତଥା ପରଂ ଏଠାରେ ସବୁ ରାସ୍ତା ବିପଦ ଜନକ କିଛି ନହେଲେ ସରକାର ମୁଖ୍ୟରାସ୍ତା ରୋଡ ନଂ-୩ କୁ ତୁରନ୍ତ ମରାମତି କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.