Home ଓଡ଼ିଶା ଖାଉଟି କିରୋସିନ୍ ନ ମିଳିବାରୁ ପଞ୍ଚାୟତବାସୀ ହତାଶ

ଖାଉଟି କିରୋସିନ୍ ନ ମିଳିବାରୁ ପଞ୍ଚାୟତବାସୀ ହତାଶ

71

ନୟାଗଡ଼ ୨୧/୦୮ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ରାଜ୍ୟ ସରକାର ରାସନ କାର୍ଡ ମାଧ୍ୟମରେ କିରୋସିନ ବଣ୍ଟନର ବ୍ୟବସ୍ଥା କରିଛନ୍ତି। ଏହି କିରୋସିନ ସାହା ଭରଷା ପାଲଟିଥାଏ ଅଗମ୍ୟ ଅଂଚଳରେ। କିରୋସିନ ଦର ବଢିବା ଯୋଗୁଁ ଅଗମ୍ୟ ଅଂଚଳରେ ଲୋକମାନେ କିରୋସିନ ଟୋପାଏ ନପାଇବାରୁ ସଂନ୍ଧ୍ୟାରେ ଛାତ୍ରଛାତ୍ରୀ ମାନେ ପାଠ ପଢିପାରୁ ନାହାଁନ୍ତି। ଲୋକମାନେ କାଠଜାଳୀ କାଠ ଆଲୁଅରେ ରାତ୍ରୀକାଳୀନ ଭୋଜନ କରୁଛନ୍ତି। ୩ ମାସ ଧରି କିରୋସିନ ଟୋପାଏ ମିଳୁନି। ଖୋଲା ବଜାରରେ କିରୋସିନ ମିଳିବା ସାତ ସପନ। ଏ ଭଳି ଦେଖିବାକୁ ମିଳୁଛି ନୟାଗଡ ଜିଲ୍ଲା ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ଅଂଚଳରେ। ସ୍ୱାଧିନତାର ୭୨ ବର୍ଷ ପରେ ବନ୍ଧମୁଣ୍ଡା ପଞ୍ଚାୟତବାସୀ ବିଦ୍ୟୁତ ଆଲୋକ ଦେଖିଥିଲେ। କିନ୍ତୁ ଏହି ଗ୍ରାମପଞ୍ଚାୟତ ସଂରକ୍ଷିତ ଘଞ୍ଚ ଜଙ୍ଗଲ ଭିତରେ ରହିଥିବାରୁ ବର୍ଷା ପବନ ଆସିଲେ ଗଛ ଡାଳ ପଡି ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଥାଏ।

ଯେଉଁଥିପାଇଁ ବିଦ୍ୟୁତ ଆଲୋକ ଆସିବା ପାଇଁ ତିନି ଚାରି ଦିନ ସମୟ ଲାଗିଥାଏ। କିରୋସିନ ଆଲୋକ ପାଇଁ ସାହା ଭରଷା। ଜୁନ, ଜୁଲାଇ ଓ ଅଗଷ୍ଟ ୩ ମାସ ଧରି ଖାଉଟି କିରୋସିନ ମିଳୁନାହିଁ। ଜରିପଡା ଠାରୁ ଆରମ୍ଭ କରି ପଞ୍ଚାୟତର ଅନେକ ମହିଳା କାଦୁଅ ପଙ୍କ ରାସ୍ତାରେ ପାହାଡ ଚଢି ବାରମ୍ବାର ଡିଲର ଓ ପଞ୍ଚାୟତକୁ ଦଉଡି ଦଉଡି ନିରାଶ ହୋଇ ଫେରୁଛନ୍ତି। ଏ ସର୍ମ୍ପକେ ଡିଲର ସହ ଯୋଗାଯୋଗ କରିବାରେ କୁହନ୍ତି ହୋଲସେଲର ଆମ୍ଭଙ୍କୁ କିରୋସିନ ଯୋଗଉନାହିଁ ଆମ୍ଭେ କଣ କରିପାରିବୁ। ଏ ସର୍ମ୍ପକେ ନୟାଗଡ ଅତିରିକ୍ତ ଯୋଗାଣ ଅଧିକାରିଣୀ ତିଳୋତମା ପ୍ରଧାନଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ବନ୍ଧମୁଣ୍ଡା ପଞ୍ଚାୟତରେ କିରୋସିନ ନମିଳିବା ଘଟଣା ଆମ ନଜରକୁ ଆସିନାହିଁ। ଆମ୍ଭେ ସଙ୍ଗେ ସଙ୍ଗେ ରଣପୁର ବ୍ଲକ ଯୋଗାଣ ଅଧିକାରୀଙ୍କୁ କହିଛୁ ତୁରନ୍ତ ବନ୍ଧମୁଣ୍ଡା ପଞ୍ଚାୟତକୁ କିରୋସିନ ଯୋଗାଇବା ପାଇଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.