Home ଜିଲ୍ଲା ପରିକ୍ରମା ଲାୟନ୍ସ କ୍ଲବ୍ ପକ୍ଷରୁ ଚକ୍ଷୁ ଚିକିତ୍ସାଳୟ ନିର୍ମାଣର ଭୂମି ପୂଜନ

ଲାୟନ୍ସ କ୍ଲବ୍ ପକ୍ଷରୁ ଚକ୍ଷୁ ଚିକିତ୍ସାଳୟ ନିର୍ମାଣର ଭୂମି ପୂଜନ

37

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଲାୟନ୍ସ କ୍ଲବ୍ ପକ୍ଷରୁ ଏକ ଅତ୍ୟାଧୁନିକ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟ ନିର୍ମାଣର ଭୂମି ପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଲାୟନ୍ସ କ୍ଲବ୍‌ର ସଭାପତି ଅଶୋକ ମହାନ୍ତି ମୁଖ୍ୟ ପୁରୋଧା ଭାବେ ଏହି ଭୂମିପୂଜନରେ ଅଂଶ୍ରଗହଣ କରିଥିଲେ । ଶ୍ରୀ ମହାନ୍ତିଙ୍କ ସୂଚନା ମୂଳେ ଭଦ୍ରକରେ ଏକ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟର ଅଭାବ ଯୋଗୁଁ ବହୁ ଦରିଦ୍ର ଅସହାୟ ବ୍ୟକ୍ତିବିଶେଷ ଚକ୍ଷୁ ଚିକିତ୍ସା ପାଇଁ କଟକ, ଭୁବନେଶ୍ୱର ଭଳି ଦୂର ଦୂରାନ୍ତ ସ୍ଥାନକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ବିଶେଷକରି କୋଭିଡ୍‌-୧୯ ସମୟରେ ଗରିବ ଲୋକମାନେ ତାଙ୍କର ଚିକିତ୍ସା କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ଭଦ୍ରକ ଲାୟନ୍ସ କ୍ଲବ୍‌ର ଜଣେ ବରିଷ୍ଠ ସଦସ୍ୟ ଗୋବିନ୍ଦ ମୋର୍ ଏହି ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟର ପ୍ରତିଷ୍ଠା ନିମନ୍ତେ ତାଙ୍କର ମୂଲ୍ୟବାନ ୩୦ ଏକର ଜମି (ଯାହାର ମୂଲ୍ୟ ଦେଢକୋଟିରୁ ଉର୍ଦ୍ଧ୍ୱ) ଦାନ କରିଥିବାବେଳେ ଅନ୍ୟତମ ସଦସ୍ୟ ବିଜୟ ଗୁପ୍ତା ଏହାର କନଷ୍ଟ୍ରକସନ କାର୍ଯ୍ୟ ପାଇଁ ସମସ୍ତ ଅର୍ଥ ବହନ କରିବେ ବୋଲି ଜଣାଇବା ପରେ ଆଜି ଏହି ଶୁଭକାମର ମୂଳଦୁଆ ପଡିଛି । ଏଥିପାଇଁ ସମସ୍ତ ପ୍ଲାନ୍ ପ୍ରସ୍ତୁତ ହୋଇଥିବାବେଳେ ମାସକ ମଧ୍ୟରେ ଏହା ଆରମ୍ଭ ହୋଇ ବର୍ଷକ ମଧ୍ୟରେ ଶେଷ ହେବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି । ଏହି ଘଟଣାକୁ ଭଦ୍ରକ ଜନସାଧାରଣଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.