Home କେନ୍ଦ୍ରାପଡ଼ା ଲାଲବାହାଦୂର ଉଚ୍ଚ ଶିକ୍ଷାଶ୍ରମର ପୁରାତନଛାତ୍ରଛାତ୍ରୀଙ୍କ ପରିବେଶ ସଚେତନତା

ଲାଲବାହାଦୂର ଉଚ୍ଚ ଶିକ୍ଷାଶ୍ରମର ପୁରାତନଛାତ୍ରଛାତ୍ରୀଙ୍କ ପରିବେଶ ସଚେତନତା

19

କେନ୍ଦ୍ରାପଡ଼ା, ୨୮ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) :ଦିନକୁ ଦିନ ପରିବେଶ ପଦ୍ୟୁଷଣ ବୃଦ୍ଧି ପାଉଥିବା ବେଳେ ଏହା ମାନବ ସମାଜ ପ୍ରତି ଗୁରୁତର ବିପଦ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ମେହେନ୍ଦିପୁରସ୍ଥିତ ଲାଲ ବାହାଦୂର ଉଚ୍ଚ ଶିକ୍ଷାଶ୍ରମର ୧୯୮୨ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନେ ଆଗେଇ ଆସିଛନ୍ତି ସମ୍ମିଳିତ ଭାବେ ଉଦ୍ୟମ କରି ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ। ଏହି ଉପଲକ୍ଷେ ପର୍ଯ୍ୟଟନସ୍ଥଳି ସଖୀବଟରେ ଏକ ବୈଠକ ଇଂ ତନୁଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଦିବଗଂତ ପୁରାତନ ଛାତ୍ରଛାତ୍ରୀମାନଙ୍କ ସ୍ମୃତିରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସୁଧାଂଶୁ କୁମାର ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ପରିବେଶର ସୁରକ୍ଷା ନିମନ୍ତେ ଜନସଚେତନତା ସୃଷ୍ଟି କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପୁରାତନ ଛାତ୍ରୀ ମଞ୍ଜୁଶ୍ରୀ ନାୟକ ଓ ଛାତ୍ର ବାବାଜି ଚରଣ ମହାନ୍ତି ସ୍ୱରଚିତ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ରାଉତ, କସ୍ତୁରୀ ଜେନା, କମଳାକାନ୍ତ ମହାପାତ୍ର, ପୁଷ୍ପାରାଣୀ ନାୟକ, ପୁଷ୍ପଲତା ବିଶ୍ୱାଳ ପ୍ରମୁଖ ଯୋଗଦେଇ ପରଷ୍ପର ବନ୍ଧୁତା, ଶ୍ରଦ୍ଧା, ବିଶ୍ୱାସ ଓ ଭଲପାଇବା ହିଁ ସମସ୍ତଙ୍କୁ ଏକାଠି କରି ରଖିପାରିବ ବୋଲି ମତବ୍ୟକ୍ତ କରିଥିଲେ। କବିତା ଆବୃତ୍ତି, ନୈଶଭୋଜି, ଭାବ ବିନିମୟ ଓ ହସଖୁସିର ଆସର ମଧ୍ୟରେ ସମସ୍ତ ପୁରାତନ ଛାତ୍ରଛାତ୍ରୀମାନେ ସମୟ ଅତିବାହିତ କରିଥିଲେ। ପୁରୀରୁ ମଗାଯାଇଥିବା ମହାପ୍ରସାଦକୁ ସମସ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ପ୍ରତ୍ୟେକ ବର୍ଷ ଡିସେମ୍ବରମାସ ଶେଷ ସପ୍ତାହରେ ସମସ୍ତେ ଏକାଠି ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପର୍ଯ୍ୟଟନ ସ୍ଥଳି ସଖୀବଟର ସ୍ଥାୟୀ ବିକାଶ, ରାସ୍ତା ନିର୍ମାଣ ଓ ଏକ ଆକର୍ଷଣୀୟ ପୀଠ ଭାବେ ଗଢି ତୋଳିବାକୁ ପରିଚାଳନା କମିଟିର ସଭାପତି ନିରଞ୍ଜନ ସାହୁ ଏବଂ ସ୍ଥାନୀୟ ସମାଜସେବୀ ରଞ୍ଜନ କୁମାର ମହାନ୍ତିଙ୍କ ସହ ଆଲୋଚନା କରାଯାଇଥିଲା। ସୁଧାଂଶୁ କୁମାର ଦାସ କାର୍ଯ୍ୟକ୍ରମ ସଂଚାଳନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.