Home ଅନୁଗୁଳ ପୂର୍ବତନ ବିଜେଡ଼ି ଜିଲ୍ଲା ସମ୍ପାଦକ ଦୁର୍ଗାଚରଣ ପ୍ରଧାନଙ୍କୁ ବିଜେପିରେ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ : ଆଜିର...

ପୂର୍ବତନ ବିଜେଡ଼ି ଜିଲ୍ଲା ସମ୍ପାଦକ ଦୁର୍ଗାଚରଣ ପ୍ରଧାନଙ୍କୁ ବିଜେପିରେ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ : ଆଜିର ଏହି ମିଶ୍ରଣ ଆମ ଦଳର ସଂଗଠନକୁ ଅଧିକ ସୁଦୃଢ କରିବ – ଧର୍ମେନ୍ଦ୍ର ପ୍ରଧାନ

46

– ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଅନେକ ସମର୍ଥକଙ୍କୁ ଦଳରେ ସ୍ୱାଗତ

ନୂଆଦିଲ୍ଲୀ/ଭୁବନେଶ୍ୱର, ଡ଼ିସେମ୍ବର ୨୮ (ଓଡ଼ିଆ ପୁଅ) – ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଜିଲ୍ଲାର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ବିଜେଡ଼ିର ପୂର୍ବତନ ଜିଲ୍ଲା ସମ୍ପାଦକ ଦୁର୍ଗାଚରଣ ପ୍ରଧାନଙ୍କ ସମେତ ଅନେକ ବିଜେଡ଼ି ସମର୍ଥକଙ୍କୁ ଦଳରେ ସ୍ୱାଗତ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ନେତାଙ୍କ ସମେତ ଅନୁଗୋଳ ଜିଲ୍ଲା ବିଜେଡ଼ିର ପଦ୍ମଲୋଚନ ପ୍ରଧାନ, ମାନସ ରଞ୍ଜନ ପ୍ରଧାନ, ଲୋକନାଥ ପ୍ରଧାନ, ସୁଶାନ୍ତ କୁମାର ସାହୁଙ୍କ ସମେତ ଅନେକ ସମର୍ଥକଙ୍କୁ ଦଳୀୟ ଉତରୀୟ ଦେଇ ବିଜେପିରେ ସ୍ୱାଗତ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ଏହି ମିଶ୍ରଣ ଆମ ଦଳର ସଂଗଠନକୁ ଅଧିକ ସୁଦୃଢ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତମୁଠାକୁ ଟାଣ ହେବ। ଆଗାମୀ ଦିନ ମାନଙ୍କରେ ଅନୁଗୋଳ ଜିଲ୍ଲାକୁ ସମୃଦ୍ଧ ଅଂଚଳ ଭାବେ ଗଢ଼ିବାରେ କାର୍ଯ୍ୟକର୍ତାଙ୍କ ବଡ଼ ଯୋଗଦାନ ରହିବ।

କାର୍ଯ୍ୟକର୍ତାଙ୍କ ପରିଶ୍ରମ ଏବଂ ଜନଆଶୀର୍ବାଦ ବଳରେ ଦଳ ଆଗକୁ ବଢ଼ୁଛି। ଏବେ ଟେକ୍ନୋଲୋଜି ମାଧ୍ୟମରେ ଲୋକମାନଙ୍କ ସହ ଯୋଡ଼ି ହେବା ଏବଂ ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଅବଗତ କରାଇବା ଓ ସେମାନଙ୍କ ସମସ୍ୟାର ସମାଧାନକୁ କାର୍ଯ୍ୟକର୍ତାମାନେ ଉଠାଇବା କରିବା ଦରକାର। ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ ଓଡ଼ିଶାକୁ ଏକବିଂଶ ଶତାବ୍ଦୀରେ ବିକଶିତ କରିବା ପାଇଁ କାର୍ଯ୍ୟକର୍ତାମାନେ ଦୁଇ ଗୁଣା ପରିଶ୍ରମ କରିବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ଅଞ୍ଜଳି ବେହେରା ଏବଂ ଓବିସି ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.