Home ଜିଲ୍ଲା ପରିକ୍ରମା ଲାଲଗଡ ର ନୂତନ ବିଏସଏଫ କ୍ୟାମ୍ପ ପରିଦର୍ଶନ କରି ମାଓସମସ୍ୟା ସଂପର୍କରେ ସମିକ୍ଷା କଲେ ଡିଆଇଜି

ଲାଲଗଡ ର ନୂତନ ବିଏସଏଫ କ୍ୟାମ୍ପ ପରିଦର୍ଶନ କରି ମାଓସମସ୍ୟା ସଂପର୍କରେ ସମିକ୍ଷା କଲେ ଡିଆଇଜି

35

ମାଲକାନଗିରି,୬ା୧୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ମାଓଗଡ ଭାବେ ଚିରପରିଚିତ ଚିତ୍ରକୋଣ୍ଡା ବିଛିନ୍ନାଚଂଳ ଗୋରାସେତୁ ଗ୍ରାମ ଠାରେ ନୂତନ ଭାବେ ପ୍ରତିଷ୍ଟିତ ବିଏସଏଫ କ୍ୟାମ୍ପ ପରିଦର୍ଶନ କରି ମାଓସମସ୍ୟା ସଂପର୍କରେ ସମୀକ୍ଷା କରିଛନ୍ତି ଡିଆଇଜି । ଆଜି ସ୍ୱତନ୍ତ୍ର ହେଲିକେପ୍ଟରଯୋଗେ ଡିଆଇଜି ସଫିନ ଅହମଦ କେ,ମାଲକାନଗିରି ଏସପି ରିସିକେଶ ଡି ଖିଲାରୀ ଓ ବିଏସଏଫ ଅଧିକାରୀ ଙ୍କ ସହିତ ଅନ୍ୟାନ ପୁଲିସ ଅଧିକାରୀ ମାନେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ ଗୋରାସେତୁ ନିକଟରେ ଥିବା ବିଏସଏଫ କ୍ୟାମ୍ପ ପରିଦର୍ଶନ କରି ସେଠାରେ ମୂତନ ବିଏସଏଫ ଯବାନମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝି ମାଓସମସ୍ୟା ଓ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ସମିକ୍ଷା କରିଛନ୍ତି । ବିଏସଏଫ କ୍ୟାମ୍ପ ପରିଦର୍ଶନ ପରେ ସ୍ୱାଭିମାନଅଚଂଳ ର କିଛି ଗ୍ରାମକୁ ଗସ୍ତ କରି ଗ୍ରାମବାସୀ ମାନଙ୍କ ସହିତ ବିଭିନ୍ନି ଉନ୍ନୟନମୁଳକ କାର୍ଯ୍ୟ କେମିତି ଚାଲିଛି ଓ ସେମାନେ ତାର ସୁଫଳ ପାଇପାରୁଛନ୍ତି କି ନାହିଁ ପଚାରି ବୁଝିବା ସହିତ ସେମାନଙ୍କ ସହିତ ଆଲୋଚନା କରିଥିଲେ । ସ୍ୱାଭିମାନ ଅଚଂଳରେ କିପରି ମାଓଦମନ କରାଯାଇ ମାଓ ମୁକ୍ତ ହେବ ,ସେଠାରେ ସରକାରଙ୍କ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟତ୍ୱାରାନିତ ହୋଇପାରିବ ସେଥିପ୍ରତି ଡିଆଇଜି ଗୁରୁତ୍ୱ ଦେଇଥିଲେ । ଗତ୧ତାରିଖ ଦିନ ମାଓଗଡ ଗୋରାସେତୁ ଗ୍ରାମ ନିକଟରେ ନୂତନ ବିଏସଏଫ କ୍ୟାମ୍ପପ୍ରତିଷ୍ଠାୀ କରାଯାଇ ତ୍ରୀରଙ୍ଗା ପତକା ଏସପି ରିଶିକେଶ ଡି ଖିଲାରୀ ଉଡାଇଥିଲେ । ଦୀର୍ଘ ୬ଦଶନ୍ଦି ରୁ ଉର୍ଦ୍ଦହେବ ଏହି ଅଚଂଳରେ ମାଓବାଦୀଙ୍କ ଶାସନ ଚାଲିଥିଲା, ଏଠାରେ ଜାତୀୟପତାକା ବଦଳରେ ମାଓବାଦୀଙ୍କ ଲାଲଝଣ୍ଡା ଓ କଳାପତକା ଉଡୁଥିଲା, ଏବେ ସ୍ୱାଭିମାନ ଅଚଂଳରେ ତ୍ରୀରଙ୍ଗା ପତାକା ଉଡାଇ ମାଓବାଦୀଙ୍କୁ କଡା ଚ୍ୟାଲେଜଂ ଦେଇଛନ୍ତି ପୁଲିସ ଓ ବିଏସଏଫ ଯବାନ । ବିଛିନ୍ନାଚଂଳ ବାସୀଙ୍କ ଲାଇଫଲାଇନ ଗୁରୁପ୍ରୀୟା ସେତୁନିର୍ମାଣ ହେବାପରେ ତାହା ସ୍ୱାଭିମାନ ଅଚଂଳ ବାବେ ଘୋଷିତ ହୋଇ ସେ ଅଚଂଳର ଉନ୍ନତିପାଇଁ ରାଜ୍ୟସରକାର ଙ୍କ ପକ୍ଷରୁ ୧୦୦କୋଟି ଟଙ୍କାର ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟର ତ୍ୱରାନିତ ହେବାକୁ ଲାଗିଛି । ବିଏସଏଫ କ୍ୟାମ୍ପପ୍ରତିଷ୍ଟାକୁ ମାଓବାଦୀ ମାନେ ବିରୋଧ କରିଆସୁଥିବା ବେଳେ ସେଠାରେ ନୂତନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଟା କାରଯାଇ ତ୍ରୀରଙ୍ଗା ପତାକା ଉଡାଇ ରେକର୍ଡ ସୃଷ୍ଟିକରିଛନ୍ତି ପୁଲିସ ଓ ବିଏସଏଫ ଅଧିକାରୀ ମାନେ । ଚିତ୍ରକୋଣ୍ଡା ଜଳଭଣ୍ଡାର ନିକଟ ବଡପଡା,କୁନ୍ତୁରପଦର, ଜାନବାଇ,ଜନ୍ତାପାଇ, ଜୋଡାଆମ୍ବ,ହନ୍ତାଳଗୁଡା,ଗୋରାସେତୁ ସହିତ ଅନ୍ୟନ ମାଓପ୍ରବଣ ଅଚଂଳରେ ବିଏସଏଫ କ୍ୟାମ୍ପ ଖୋଲା ଯାଇଛି । ଏହି ମାଓଗଡରେ ବିଏସଏଫ କ୍ୟାମ୍ପ ଖୋଲା ଯାଇ ସେଠାରେ ବିଏସଏଫ ଯବାନ ମାନଙ୍କୁ ମୂତୟନ କରାଯାଇଥିବାରୁ ବିଛିନ୍ନାଚଂଳରେ ଉନ୍ନୟନ କାର୍ଯ୍ୟ ତ୍ୱରାନିତ ହେବାସହିତ ସେଠାରେ ମାଓଦମନକୁ ଯୋରଦାର କରାଯାଇପାରିଛି । ବିଛିନ୍ନାଚଂଳ ଟି ମାଓଗଡ ଭାବେ ପରିଚିତ ଥିବାରୁ ସେଠାରେ ମାଓବାଦୀଙ୍କ ଭୟରେ ଉନ୍ନୟନ କାମରେ ପ୍ରତିବନ୍ଧକ ସୃଷ୍ଟି ହେଉଥିଲା, କିଛି ଗ୍ରାମବାସୀ ଙ୍କୁ ମାଓବାଦୀ ମାନେ ପୁଲିସ ଇନଫରମୋର କହି ହତ୍ୟାକରିବା ସହ ଗ୍ରାମରୁ ବିତାଡିତକରି ସେଠାରେ ରାଜଚଳାଇଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.