Home ଓଡ଼ିଶା ଲଗାଣ ବର୍ଷା ଯୋଗୁଁ ବ୍ୟାପକ କ୍ଷତି ଚିନ୍ତାରେ ଚାଷୀ

ଲଗାଣ ବର୍ଷା ଯୋଗୁଁ ବ୍ୟାପକ କ୍ଷତି ଚିନ୍ତାରେ ଚାଷୀ

50

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୧୧- ନୟାଗଡ ଜିଲ୍ଲା ରଣପୁର ଅଂଚଳ ର ଚାଷ ଜମୀ ଗୁଡିକ ପାହାଡିଆ ନଦୀ କୂଳରେ ଅବସ୍ଥିତ । ଧାନ ଚାଷ ଉପରେ କୃଷକ ମାନେ ନିର୍ଭର କରିଥାନ୍ତି । ବିଳମ୍ବିତ ବର୍ଷା ପରେ ଚାଷି  ଋଣ କରଜ କରି ଧାନ କ୍ଷେତ ସଜାଡି ଥିଲା । ତାପରେ ରୋଗପୋକ ରେ ଧାନ ଫସଲ କ୍ଷତି ହେବା ସହ ଏବେ ଦାଉ ସାଜିଛି ଲଘୁଚାପ ଜନିତ ଲଗାଣ ବର୍ଷା ।  ଯାହା ଫଳ ରେ ପାଚିଲା ଧାନ ଉପରେ ପାଣି ଭାସୁଛି । କରଜ ସୁଝିବା ଚିନ୍ତା ରେ ଧାନ ଚାଷୀ  ା ପନିପରିବା ଚାଷୀ ଙ୍କ କଥା ନକହିବା ଭଲ ।

ଏ ସର୍ମ୍ପକେ ରଣପୁର ତହସିଲଦାର ଯୁଗଳ ମିଶ୍ର ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ମୁଁ ନିଜେ ବିଭିନ୍ନ ଅଂଚଳ ବୁଲି ଦେଖୁଛି । ଏଥିସହ ରଣପୁର ତହସିଲ ଅଧିନ ରେ ଥିବା ୯ ଗୋଟି ରାଜସ୍ୱ ସର୍କଲ ରେ ଥିବା ରାଜସ୍ୱ ଅଧିକାରୀ ମାନଙ୍କୁ କ୍ଷୟକ୍ଷତି ଆକଳନ ସର୍ମ୍ପକ ରେ ତଥ୍ୟ ମାଗିଛି । ତଥ୍ୟ ମିଳିଲା ପରେ ଜିଲ୍ଲା ଉଚ୍ଚ କର୍ତ୍ତୁପକ୍ଷ ଙ୍କୁ ତଥ୍ୟ ପ୍ରଦାନ କରାଯିବ । ବିଶେଷତଃ କଙ୍କଡାଝର ନଦୀ ଓ ମନ୍ଦାକିନୀ ନଦୀ କୂଳିଆ ଅଂଚଳ ର ଧାନଚାଷୀ ମାନେ ବିଶେଷ କ୍ଷତି ଗ୍ରସ୍ତ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.